STORYMIRROR

Shubhra Suchitra Mahanta

Abstract Others

3  

Shubhra Suchitra Mahanta

Abstract Others

ଜୀବନ ଦି ପଦ ଗୀତ

ଜୀବନ ଦି ପଦ ଗୀତ

1 min
288

ଜୀବନ ଦି ପଦ ଗୀତ

କେବେ ମିଛ କେବେ ସତ

କେତେବେଳେ ମିଛ ସମ୍ମାନ ପାଏ ତ 

ଅପମାନ ପାଏ ସତ...


ଜୀବନ ଦି ପଦ ଗୀତ

ବର୍ତ୍ତମାନ ଭବିଷ୍ୟତ

ଅତୀତ କୁ ଯଦି ଧରି ବସି ଥିବ

କାନ୍ଦୁଥିବ ପ୍ରତି ମୁହୂର୍ତ୍ତ....


ଜୀବନ ଦି ପଦ ଗୀତ

ଲୁହ ଆଉ ହସ ମିଶ୍ରିତ

ଗୋଟିଏ ନଥିଲେ ଆର ଗୋଟି ନାହିଁ

ଆତ୍ମା ସହ ଦୁହେଁ ଜଡ଼ିତ....


ଜୀବନ ଦି ପଦ ଗୀତ

ଉପସ୍ଥିତ ଅନୁପସ୍ଥିତ

ଆଜି ଯାହା ପାଖେ ଅଛି ଯେ ସମୟ

କାଲି ନଥିବ ହୁଏ ତ....


ଜୀବନ ଦି ପଦ ଗୀତ

ରାଗ ଆଉ ସ୍ନେହ ସହିତ

ରାଗିଲେ ଆପଣା ପର ହୋଇ ଯାଏ

ସ୍ନେହ ଦେଲେ ବଇରୀ ମିତ....


ଜୀବନ ଦି ପଦ ଗୀତ

ବାପା କାନ୍ଧ ମା ପଣତ

ଏ ଦୁହିଁଙ୍କ ଆଶିର୍ବାଦ ମିଳି ଗଲେ

ଜିତିଯିବ ସାରା ଜଗତ....


ଜୀବନ ଦି ପଦ ଗୀତ

ଭକ୍ତ ଆଉ ଜଗନ୍ନାଥ

ପ୍ରଭୁ ପାଦ ତଳେ ମଥା ନଇଁ ଦେଲେ

ମନ ରହଇ ପୁଲକିତ...


ଜୀବନ ଦି ପଦ ଗୀତ

ଗୀତ ସହ ମୁଁ ପରିଚିତ

ହେଲେବି କାହିଁକି କେଜାଣି ମିଛର

ମାୟାରେ ତରଙ୍ଗାୟିତ.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract