STORYMIRROR

Shubhra Suchitra Mahanta

Others

3  

Shubhra Suchitra Mahanta

Others

ବାଟ

ବାଟ

1 min
201

ବାଟ ଦିନେ ପଚାରିଲା ମୋତେ

ଏକା ଏକା କେତେ ତୁ ଚାଲିବୁ?

ଖୋଜିନେ ସାଥିଟେ କହିଲା

ତା ସାଥୀରେ ଦୁଃଖ ବାଣ୍ଟି ନେବୁ।


ମୋ ପାଟିରୁ କିଛି ନ ବାହାରିଲା

ଆଖିରେ ଲୁହ ଆସି ଗଲା

କେମିତି କହିଥାନ୍ତି ତାକୁ

ମୋ ସାଥୀ ମୋତେ ଛାଡ଼ି ଗଲା।


ଏବେ ମୁହିଁ ଏକା ଏକା ଖୁସି

ଲୁହ ପିଇ ଯାଏ ହସି ହସି

ଲୋଡା ନାହିଁ ହାତ ଆଉ କାର 

ଏ ଜୀବନ କେବଳ ଯେ ମୋର।


साहित्याला गुण द्या
लॉग इन