STORYMIRROR

Shubhra Suchitra Mahanta

Romance Tragedy

2  

Shubhra Suchitra Mahanta

Romance Tragedy

ପ୍ରେମ ଓ ପ୍ରତାରଣା

ପ୍ରେମ ଓ ପ୍ରତାରଣା

1 min
156


ପ୍ରେମ ନାମେ ଆଜି ମିଳେ ପ୍ରତାରଣା

ପ୍ରତିଦିନ ପ୍ରେମ ବଦଳେ ଠିକଣା

ଥାଉ କି ନଥାଉ ପ୍ରେମରେ ଉଣା

ଜଣେ ପାଏ ନାହିଁ ସଠିକ୍ ପାଉଣା...


କିଏ ସତ ଆଉ କିଏ ଯେ ମିଛ

ପ୍ରେମରେ ପଡ଼େ ନାହିଁ ଜଣା

ଆଉ ଦିଶୁ ନାହିଁ ପବିତ୍ର ପ୍ରେମ

ପ୍ରତାରଣା କରେ ବାଟ ବଣା....

ପ୍ରେମ ନାମେ ଆଜି ମିଳେ ପ୍ରତାରଣା...


ସଂଜ୍ଞା ବଦଳିଛି ପ୍ରକୃତ ପ୍ରେମର

ଆକର୍ଷଣ ଏବେ ପ୍ରେମ ବୋଲି ଜଣା 

ମିଳନ ହେଉନି ମନ ମନର 

ବ୍ୟବସାୟ ଭଳି ପ୍ରେମ ହୁଏ କିଣା... 

ପ୍ରେମ ନାମେ ଆଜି ମିଳେ ପ୍ରତାରଣା.... 


ଆଜି ପ୍ରେମ ହେଲେ କାଲି ସରୁଛି 

ସତେ ଯେମିତି.. 

ପ୍ରତାରଣା ବିନା ପ୍ରେମ ଅଲଣା 

ଆଜିକା ଯୁଗର ପ୍ରେମୀ ଯୁଗଳ

ସବୁ ଜାଣି ମଧ୍ଯ ହୁଅନ୍ତି ଅଜଣା.....

ପ୍ରେମ ନାମେ ଆଜି ମିଳେ ପ୍ରତାରଣା... 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance