STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ଗୋଲାପ ଦେଲି ଝାଡୁଖାଇଲି

ଗୋଲାପ ଦେଲି ଝାଡୁଖାଇଲି

1 min
12


ମନେ ପଡୁଛି ସେଦିନ କଥା

    ଥିଲି ମୁଁ ବାଚେଲର,

ଗୋଲାପ ଫୁଲ ଦେବାକୁ ମୁହିଁ 

   ଗୋଡାଏ‌ ପଛେ ତାର।

ତା'ବାରି ପଛ‌ ବିଛୁଆତି ଓ 

    ବାଈଡଙ୍କ‍ର ବଣେ,

କେତେ ଲୁଚିଛି ମାଡ଼ ଖାଇଛି

    ପଡୁଛି ଆଜି ମନେ।

ଥରେ ଦି'ଥର ଥାନାକୁ ଟଣା

    ହେଇଛି ତା'ଲାଗି,

ରାତି ରାତି ବି ଅନିଦ୍ରା ହୋଇ

    ବସିଛି ତାକୁ ଜଗି।

ଚପଲ କେତେ ଛିଣ୍ଡାଇଛି ମୁଁ 

    ଝୁଣ୍ଟିଛି କେତେ ଥର,

ଶେଷରେ କାର୍ଯ୍ଯେ ହେଲି ସକ୍‌ସେସ୍

    ଧରିଲି ହାତ ତାର।

ସେ ହାତେ କିନ୍ତୁ ସେହିଦିନଠୁଁ 

   ଶୋଭା ପାଉଛି ଝାଡ଼ୁ,

ସେ ଝାଡ଼ୁ ଧରି ପଛେ ଗୋଡାଏ

   ମୋ ଭାଗ୍ଯ ଖରାପରୁ‌।

ଗୋଲାପ ନେଇଥିଲା ସେ ହାତ 

    ଆଜି ଧରିଲା ଝାଡ଼ୁ,

ସେହି ଝାଡ଼ୁକୁ ମୋ ପ୍ରାଣେଭୟ

    ବଞ୍ଚିଛି ମରୁମରୁ‌।

ମ୍ଯାରେଜ୍‌ ପୂର୍ବ କଥା ଗୁଡ଼ିକୁ 

    ଆଜି ହେଉଛି ଭାଳି,

ଖାଇବା କଥା ବୁଝେ ମୋହରି 

    ଫୋଅନ୍ କରି ଡେଲି‌।

ଏବେ ସେ ମୋତେ ନ ଦେଇ ନିଜେ 

    ଖାଇକି‌ ହାଇ ମାରି,

କହୁଛି ମୋତେ ଗିଳିବ ଯାଅ

    ନିଜେ ଖାଇବା ବାଢ଼ି,

ଆଗରୁ ଫୋନ୍ କରି ସେ ମୋତେ 

    ବହୁତ ଟେକୁଥିଲା,

ମୁଁ ସୁନ୍ଦର ମୋ ସବୁ ସୁନ୍ଦର 

    ସବେଳେ‌ କହୁଥିଲା‌।

ଏବେ ପଡିଶା କୁନା ବାପାକୁ

    ଭାରି ସେ ଟେକୁଅଛି‌,

ମୋତେ ସେ ଖାଲି ଦେଶୀ ସାହିତ୍ୟ 

    ବରଷା‌ କରୁଅଛି।

ପାଟି ମେଲେଇ ମୋତେ ଡରେଇ

    ରାଜ୍‌କରେ ମୋ ଘରେ,

ହେଲେ ସେ ବେଙ୍ଗ,ଅସରପାକୁ

    ଦେଖିଲେ ଭାରି ଡରେ।

ଥରେ ଗୋଟିଏ ଅସରପା' ଯେ

    ଗଲା ତା'ପରେ ପଡି,

ଶାଢ଼ୀ ଫୋପାଡ଼ି ଡେଇଁଲା ଖାଲି

    ନିଜେ ଚିତ୍କାର କରି।

ଖୁସିରେ ଟିକେ ଦେଲି ମୁଁ ହସି

    ତା'ରାଗ ଗଲା ଚଢ଼ି,

ଡେରି ନ କରି ଝାଡୁଟି‌ ଧରି

    ଆସିଲା ପାଖେ ମାଡ଼ି।

ଜାଣି ପାରୁନି ମୋ ଛାଇ ଦେଖି 

    ତା'ନାହୀ କାହିଁ ଡିଏଁ,

ଭାବୁଛି ଲଭ୍‌ ମ୍ଯାରେଜ‌ କଲେ

    ଏଭଳି ବୋଧେ ହୁଏ।

ଗୋଲାପ ମୋର କରିଲା ପର

    କହିବି କାହାକୁ ମୁଁ,

ପ୍ରେମରେ ମଜା ଥାଏ ତ ଦୂରେ

    ପାଖରେ ନାହିଁ କିନ୍ତୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy