STORYMIRROR

Sunanda Mohanty

Comedy Tragedy Others

4  

Sunanda Mohanty

Comedy Tragedy Others

ବରଷାରେ ଭିଜି ଭିଜି

ବରଷାରେ ଭିଜି ଭିଜି

1 min
18


ବରଷାରେ ଭିଜି ପାଉନି ଖୋଜି 

ହେଉଛି ହେଜି ମନ ଓ ଆଖି ବୁଜି 

ଆଖି ବୁଜି ମନ ଅବୁଝା 

ମନ ବୁଝେ ଆଖି ପତା ଭିଜା 

ସେ ପାଦଚିହ୍ନ ସେ ପିଲାଦିନ 

କାଗଜ ଡ଼ଙ୍ଗା ଖଡି ସିଲଟ ଭଙ୍ଗା 

ଜୋତା ଓ ଛତା ବସ୍ତାନି ଫିତା 

ବର୍ଷାରେ ଭିଜିକି ସବୁ ହେଲା ଓଦା 

ଯାହା ଥିଲା ଦିନେ ଏତେ ନିଦା 

ବର୍ଷା ଆଣିଛି ସେଦିନର ସ୍ମୁତି 

କାଇଁଚ କଉଡ଼ି ଖେଳ ଭାବ ଅସରନ୍ତି 

ବର୍ଷା ପଡିଲେ ମନ ବାଟବଣା 

କା ଘର ଅଗଣା ଫୁଲର ବରଣା 

ବର୍ଷାରେ ଭିଜିଲି ମନ ହଜିଗଲା 

ବର୍ଷାରେ ଭିଜିଲି ଆଖି ଓଦାହେଲା 

ବୋଉ ନାହିଁ ଆଜି ପଚାରି ଦେବାକୁ 

ଧନରେ ତୋର କଣ ହେଲା 

ବାପା ନାହାଁନ୍ତି ଘୋଢେଇ ଦେବାକୁ 

ଗାମୁଛା ପଗଡି ଢିଲା 

ଆଉ କିଏ କେତେ ପିତୃପୁରୁଷ

ହେଲେଣି ଭଲା 

ବର୍ଷାରେ ଭିଜି ଭିଜି ସାଧବ ବୋହୂ ଆଜି 

ଖୋଜି ହେଉଛି ସେକାଳ କୁଆଡେ ଗଲା 

ବୁଝି ଯାଇଛି ଯାହା ହେଉଛି ଭଲ 

ମିଛରେ ପାଲା

ଆ ଯାଇଫୁଲ ବର୍ଷାରେ ଭିଜିବା 

ଝାମେଲା ହୋଇବ ଢିଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy