STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ସ୍ତ୍ରୀ ନାନା ରୂପେଣଂ ସଂସ୍ଥିତା

ସ୍ତ୍ରୀ ନାନା ରୂପେଣଂ ସଂସ୍ଥିତା

1 min
28


   (ରମ୍ୟ ରଚନା)

ଷୋଡ଼ଶ ବେଶ ଦେବୀ ହୁଅନ୍ତି 

  ପାର୍ବଣ ଯେବେ ଆସେ,

ଘରେ ସ୍ତ୍ରୀର ବିଭିନ୍ନ ରୂପ

  ବର୍ଷକ ବାରମାସେ।

ଟଙ୍କା ପ‌ଇସା କାରବାରରେ 

   ସାକ୍ଷାତ୍ ସିଏ ଲକ୍ଷ୍ମୀ,

ପିଲାଙ୍କୁ ପାଠ ପଢ଼ାଉଥିଲେ 

   ସାକ୍ଷାତ୍ ସରସ୍ବତୀ।

ଘର କାର୍ଯ୍ୟରେ ବ୍ଯସ୍ତ ରହିଲେ

   ଅଷ୍ଟଭୂଜା ସେ ହୁଏ,

ଘର ଦାୟୀତ୍ବ ତୁଲ‌ଉଥିଲେ‌

   ପାର୍ବତୀ ବନିଯାଏ‌।

ସେ ଅନ୍ନପୂର୍ଣ୍ଣା ରୂପ ହୁଅଇ 

   ରୋଷେଇ କଲାବେଳେ,  

ସେ ରାଜରାଜେଶ୍ଵରୀ ହୁଅଇ

   ଟିଭି ଦେଖିଲା ବେଳେ।

ସ୍ଵାମୀର ଗଡ୍‌ବଡ୍‌ କଥା ଶୁଣିଲେ 

   ହୋଇଯାଏ ସେ ଦୁର୍ଗା,

ସ୍ଵାମୀ ଖରାପ ଆଣିଲେ କିଛି 

   କାଳୀ ରୂପରେ ଉଭା‌।

ସ୍ଵାମୀଟି ଶାଶୁ ନିନ୍ଦା ଗାଇଲେ

   ମହିଷାମର୍ଦ୍ଦିନୀ ହୁଏ,

ଅନ୍ଯ ସ୍ତ୍ରୀକୁ ଟେକି କହିଲେ

   ରଣଚଣ୍ଡୀ ସେ ହୁଏ।

ଯଦି ସପ୍ତାରେ‌ ଦି'ଥର ତାକୁ 

   ମାରକେଟ‌ ନ ନେବ,

ତା'ଉଗ୍ରତାରା ରୂପ ନିଶ୍ଚୟ 

   ସାକ୍ଷାତ୍ ଦେଖୁଥିବ।

ନମସ୍ତେ ସ୍ତ୍ରୀ ଝାଡ଼ୁ ଧାରିଣୀ 

   ସିରିଏଲ ରଙ୍କୁଣୀ,

ନମସ୍ତେ ସ୍ତ୍ରୀ ସ୍ଵାମୀ ମର୍ଦ୍ଦିନୀ

   ଫେସବୁକ ସଙ୍ଗିନୀ।

ନମସ୍ତେ ସ୍ତ୍ରୀ ଲିପ୍‌ଷ୍ଟିକ୍ ଧାରିଣୀ 

   ବିୟୁଟି ପାର୍ଲର ଗାମିନୀ‌,

ନମସ୍ତେ କଳିରୂପେ ସଂସ୍ଥିତା

   ମହାମାୟା ଯୋଗିନୀ।

କାନ୍ଧେ ଭେନିଟି‌ ଆଖିରେ କଳା

    ଚଷମା ଶୋଭାବନ,

ନମଃ ତସୈ ନମଃ ତସୈ 

ନମଃ ସ୍ତ୍ରୀ ନମଃ ନମଃ,।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy