ଆମେ ସ୍ୱାଧୀନ -ଭାରତର ମୁହିଁ ନାଗରିକ
ଆମେ ସ୍ୱାଧୀନ -ଭାରତର ମୁହିଁ ନାଗରିକ
ବ୍ୟଙ୍ଗ କବିତା-
ଏ' ଦେଶ ମାଟିରେ ଜନମିଲି ବୋଲି ଭାରତର ନାଗରିକ,
ଓଡ଼ିଶା ରାଜ୍ୟର ଭାଷା ମୁଁ କହୁଛି ତେଣୁ ମୁଁ ଓଡ଼ିଆ ଲୋକ |
ବାପାଙ୍କ ସଂପତ୍ତି ମାଆର ମମତା ସବୁଥିରେ ଅଧିକାର,
ପାଠ ପଢିବାକୁ ବଞ୍ଚି ରହିବାକୁ ସହାୟକ ସରକାର |
ଚାକିରୀ ଖଣ୍ଡିଏ ପାଇ ମୁଁ ଭାବୁଛି ଖଣ୍ଡା ଏବେ ହାତେ ମୋର,
ବେପାରୀ ହେବାରୁ ଭାବେ ଦୟାକରେ ଗ୍ରାହକ ଯେତେ ଚାକର |
ନେତା ହେଇଗଲି ଭାବୁଛି ନିଜକୁ ଏ' ଦେଶ ମାଲିକ ମୁହିଁ,
ଶ୍ରମିକ ହୋଇ ମୁଁ କହୁଛି ମୋ ବିନା କିଛି ବି ହୋଇବ ନାହିଁ |
କୃଷକ ହୋଇଛି ଜମିକୁ ଯିବିନି କରିବିନି ଆଉ ଚାଷ,
ଆଦିବାସୀ କୁଳେ ଜନମିଛି ମୁହିଁ ଖାଇବାକୁ ମଦ ମାଂସ |
ଗରିବ ହେଇଛି ଭୋଟ ଦେଇଛି ସରକାର ସବୁଦେବ,
ଦେବିନାହିଁ କେବେ କାହାରିକୁ କିଛି ଥିଲେ ସିନା କିଏ ନେବ |