STORYMIRROR

Ashok Moharana

Children Stories Comedy Children

3  

Ashok Moharana

Children Stories Comedy Children

ଅନୁତାପ

ଅନୁତାପ

1 min
170


ଆଈ ଆସିଥିଲେ ଛୁଟୁରେ ବୁଲି 

ସାଥେ ଆଣିଥିଲେ ବଙ୍କୁଲି ବାଡି।।

କୁନାକୁ ଲାଗିଲା ବଢିଆ ମଜା

ବାଡ଼ି ଟାକୁ ଧରି ହୋଇଲେ ରାଜା।।

ନଇଁ ନଇଁ ଚାଲେ ଆଈଙ୍କ ପରି

ନକଲ କରଇ ବାଡିକୁ ଧରି।।

ଖସିଗଲା ଗୋଡ଼ ଦୁଆର ତଳେ

ଉଠିଗଲା ନଖ ଟିପରୁ ଫାଳେ।।

କୁନା କାନ୍ଦୁଥିଲା ରାହାଟି ଧରି

ମାଆ ଧାଇଁଆସି ନେଲେ କୋଳେଇ।।

ବଡ଼ ଲୋକଙ୍କୁ ଯେ କରେ ନକଲ

ନିଶ୍ଚିତ ଭୋଗିବ ଏପରି ଫଳ।।

ଗୁରୁ ଗୁରୁଜନେ କରିବ ଶ୍ରଦ୍ଧା

ସ୍ନେହ ପ୍ରୀତିରେ ତ ହୋଇବ ବନ୍ଧା।।

ହସ ମଜା ନୁହେଁ ସବୁ ଦିନିଆ

ବେଳ କାଳ ଜାଣି ହୋଇବ କଥା।।

ଭୁଲ ବୁଝିଗଲା କୁନା ଆମର

ଅନୁତାପ କଲା ଭୁଲ ତାହାର।।

ଆଈ ପାଦ ଛୁଇଁ କଲା ପ୍ରଣାମ

ହସିଦେଲେ ଆଈ କଲେ କଲ୍ୟାଣ।।


Rate this content
Log in