STORYMIRROR

Chittaranjan Parida

Comedy Children

3  

Chittaranjan Parida

Comedy Children

ଅନ୍ ଲାଇନ ଶିକ୍ଷା

ଅନ୍ ଲାଇନ ଶିକ୍ଷା

1 min
227

ଆଗକାଳେ ଛାତ୍ର ଶିକ୍ଷା କରୁଥିଲେ

ଗୁରୁ ଆଶ୍ରମରେ ରହି,

ଶୁଣି ଶୁଣି ଜ୍ଞାନ ଅରଜୁ ଥିଲେ ସେ

ନ ଥିଲା ବସ୍ତାନି ବହି ।

ଗୋରୁ ଚରାଇବା ଫସଲ କରିବା

ଗୁରୁ ଆଜ୍ଞା ପାଳନରେ,

କଠିନ ପରୀକ୍ଷା ଦଣ୍ଡ ଗୁରୁଙ୍କର

ସହୁଥିଲେ ଆନନ୍ଦରେ।

ତା'ପରେ ଆସିଲା ବିଦ୍ୟାଳୟ ଶିକ୍ଷା

ଶିକ୍ଷକ ଯାହାର ମୂଖ୍ୟ,

ବେତ୍ରର ପ୍ରହାରେ ଆକଟ ନଜରେ

ଶିକ୍ଷା ଦେବା ଥିଲା ଲକ୍ଷ୍ୟ।

ଶିକ୍ଷକଙ୍କୁ ମାନି ପାଠ ପଢୁଥିଲେ

ଶୃଙ୍ଖଳା ଜ୍ଞାନକୁ ଶିଖି,

ଗୁରୁ ଗୁରୁଜନେ ଭକ୍ତି କରୁଥିଲେ

ପାଠକୁ ଆୟତ୍ତେ ରଖି ।

ଦଣ୍ଡମୁକ୍ତ ଶିକ୍ଷା ଆସିଲା ଯେ ପୁଣ

ନାଚ ଗୀତେ ପାଠ ପଢା,

ଶିକ୍ଷକ ଗାଇଲେ ପିଲାଏ ନାଚିଲେ

ନିର୍ଭୟରେ ହେଲା ପଢା ।

ବିଦ୍ୟାର୍ଥୀ ଶିକ୍ଷକ ସାଙ୍ଗ ବନିଗଲେ

ଗଲା ଗୁରୁସେବା ହଜି,

ପୂଜ୍ୟ ପୂଜା ମନୁ ଦୂରିଭୂତ ହେଲା

ଅନାଚାରେ ଗଲେ ମଜ୍ଜି ।

କରୋନା କାରଣେ ନୂଆ ଶିକ୍ଷା ଧାରା

ହୋଇଅଛି ପ୍ରଚଳନ,

ଅନ୍ ଲାଇନ ଶିକ୍ଷା ମାଧ୍ୟମରେ ପିଲେ

ଘରେ ପଢେ ରାତି ଦିନ।

ଏଣ୍ଡ୍ରୋଏଡ଼ ମୋବାଇଲ ସାହାଯ୍ୟରେ

ଭିଡିଓ ଦେଖି ପଢନ୍ତି,

ଇଚ୍ଛା ଅନୁସାରେ ପାଠ ପଢୁଛନ୍ତି

ବିନା ଆକଟରେ ମତି।

ଯେ ଦିନୁ ଚାଲିଛି ମୋବାଇଲ ଶିକ୍ଷା

ଗୁରୁ ଶିଷ୍ୟ ହନ୍ତସନ୍ତ,

ନେଟ୍ କେବେ ନାହିଁ ଟାୱାର ତ ନାହିଁ

ଚକ ଘୂରେ ରୀତିମତ।

କେ ଚଢୁଛି ଗଛ କେ ଚଢେ ପର୍ବତ

କେ ବାନ୍ଧଇ ଉଚ୍ଚେ ମଞ୍ଚା,

ପାଠ ବାହାନାରେ ଭେଳା ମେଳା ହୋଇ

ଖୋଜୁଛନ୍ତି ସ୍ଥାନ ଉଚ୍ଚା ।

ଗରିବ ଏ ଦେଶେ ସଭିଙ୍କର ନାହିଁ

ଏଣ୍ଡ୍ରୋଏଡ଼ ମୋବାଇଲ,

ଚାଳିଶ ଶତା°ଶ ପାଠ ପଢୁଛନ୍ତି

ଷାଠିଏ ଗଲେଣି ଭୂଲି ।

ଯେଉଁ କେତେଜଣ ନେଟ୍ ରେ ପଢନ୍ତି

ପାଠ ତ ନାମକୁ ମାତ୍ର,

କିଏ ଚାଟି°କରୁଛି ଗେମ୍ ଖେଳୁଛି

ଦେଖୁଅଛି କିଏ ଚିତ୍ର ।

ନା'ଅଛି ଆକଟ ନା ଅଛି ଭୟ

ବହିରୁ କରି ଉତ୍ତର,

ପଠାଇ ହୋଇଲେ ସୁବୁଦ୍ଧିଚାଟ

ଚାଲେ ଶିକ୍ଷା ନିରନ୍ତର ।

ଏହିଭଳି ଶିକ୍ଷା ଯଦି ଚାଲିବରେ

ଗୁରୁ ଛାତ୍ର ପରମ୍ପରା,

ତୁଟିଯିବ ଦେଶୁ ପିଲାଏ ହୋଇବେ

ଅଜ୍ଞାନ ଆଉ ବାତରା ।

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy