STORYMIRROR

Niranjan Sahu

Comedy

3  

Niranjan Sahu

Comedy

ହଇରେ ଟଙ୍କା...

ହଇରେ ଟଙ୍କା...

1 min
486

ହଇରେ ଟଙ୍କା          

ତୁ ଏମିତି କେମିତି ହେଲୁ

ଆବାଳ ବୃଦ୍ଧ ବନିତା ସଭିଙ୍କୁ

      ପାଗଳ ତୁ କରିଦେଲୁ......


ହଇରେ ଟଙ୍କା

ତୁ ଏମିତି କେମିତି ହେଲୁ

ସବୁ ଦେବା ଦେବୀଙ୍କୁ ପଛରେ ପକେଇ

           ଅଗ୍ରପୂଜ୍ୟ ହେଇଗଲୁ......


ହଇରେ ଟଙ୍କା

ତୁ ଏମିତି କେମିତି ହେଲୁ

ତୋ ମାୟା ବଳରେ ସଭିଙ୍କୁ ଫସେଇ

         ମାୟାରେ ତୁ ଛନ୍ଦି ଦେଲୁ......


ହଇରେ ଟଙ୍କା

ତୁ ଏମିତି କେମିତି ହେଲୁ

ସବୁ ପଦାର୍ଥକୁ ପଛରେ ପକେଇ

          ମୂଲ୍ୟବାନ ହେଇଗଲୁ..........


ହଇରେ ଟଙ୍କା

ତୁ ଏମିତି କେମିତି ହେଲୁ

ସବୁ ଶକ୍ତିକୁ ପଛରେ ପକେଇ

        ଶକ୍ତିମାନ ହେଇଗଲୁ.........


ହଇରେ ଟଙ୍କା

ତୁ ଏମିତି କେମିତି ହେଲୁ

ସବୁ ଶାସକକୁ ପଛରେ ପକେଇ

        ଶାସକ ତୁ ହେଇଗଲୁ........


Rate this content
Log in

Similar oriya poem from Comedy