STORYMIRROR

Niranjan Sahu

Comedy Others

3  

Niranjan Sahu

Comedy Others

ଲୁଣ ମରିଚ ର ମଜା

ଲୁଣ ମରିଚ ର ମଜା

1 min
468

କିଏ ଖାଉଅଛି ମାଛ ମାଉଁସ    

ତାସଙ୍ଗେ ପଲଉ ଭାତ

କିଏ ଖାଉଛି ଲୁଣ ମରିଚ

ତାସଙ୍ଗେ ପଖାଳ ଭାତ,,


ପଖାଳ ସହିତ ଲୁଣ ମରିଚ 

ଆମ୍ବୁଲ ଖଣ୍ଡେ ତା ସହିତ

ଯିଏ ଖାଇଅଛି ସିଏ ଜାଣିଅଛି

ପଖାଳ ର ମାନ ମହତ


କଂସାଏ ପଖାଳ ଆପେ ଚାଲିଯାଏ

ଟୋପାଏ ଆମ୍ବୁଲ ଝୋଳରେ

ପେଟ ଥଣ୍ଡା ହୁଏ ମୁଣ୍ଡ ଥଣ୍ଡା ହୁଏ

ମନ ଝୁଲୁ ଥାଏ ଭୋଳରେ


ମାଛ ମାଉଁସ ପେଟେ ଖାଇଦେଲେ

ପେଟ ଗଡ଼ବଡ଼ ହୁଏ

ପେଟରେ ପେଟେ ପବନ ରହି

ଗେଷ୍ଟିକ ବଲୋଉ ଥାଏ


ଦିନସାରା ଖାଲି ଛଟପଟ ହୁଏ

ଜୀବନଟା କଲବଲ

ବସିବା ଜାଗାରୁ ଉଠିହୁଏନାହିଁ

ପେଟ ହୁଏ ସଲ ସଲ


ଲୁଣ ମରିଚ ରେ ଯେଉଁ ମଜା ଅଛି

ମାଛ ମାଉଁସରେ ନାହିଁ

ମାଛ ମାଉଁସରେ ଯେଉଁ କଷ୍ଟ ଅଛି

ଲୁଣ ମରିଚରେ ନାହିଁ


ଧନୀ ଖାଉଥାଏ ମାଛ ମାଉଁସ

ଗରିବଙ୍କ ପାଇଁ ପଖାଳ

ଧନୀ ବଞ୍ଚିଛି ଓ ଗରିବ ବଞ୍ଚିଛି

ଫେରିବେ ଆସିଲେ ସକାଳ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy