ଗୁରୁଦିବସରେ ତାଙ୍କୁ କେମିତି କହିବି ଗୁରୁ ? -ଡକ୍ଟର କୃତ୍ତିବାସ ନାୟକ
ଗୁରୁଦିବସରେ ତାଙ୍କୁ କେମିତି କହିବି ଗୁରୁ ? -ଡକ୍ଟର କୃତ୍ତିବାସ ନାୟକ


ଗୁରୁଦିବସରେ ତାଙ୍କୁ କେମିତି କହିବି ଗୁରୁ ?
କେମିତି କହିବି ଗୁରୁ ବ୍ରହ୍ମା ବୋଲି ଯିଏ ନ ପଢ଼ାନ୍ତି ପାଠ,
ମଦପେଟେ ପିଇ ପିଟନ୍ତି ପିଲାଙ୍କୁ ଗାଆନ୍ତି ଅଶ୍ଳିଳ ଗୀତ ।
ଯେଉଁଠି ପିଲାଏ ବିଫଳ ହୁଅନ୍ତି ପରୀକ୍ଷାର ଫଳ ଶୂନ ,
ସେହି ବିଦ୍ୟାଳୟ ଶିକ୍ଷକକୁ କିଏ କହିବ କି ଭଗବାନ ?
ସ୍କୁଲ ଖୋଲିଲେ ପରୀକ୍ଷା ବେଳକୁ କରନ୍ତି ଯେ ଆନ୍ଦୋଳନ ,
ଚଳୁ କରନ୍ତି ଯେ ପିଲାଙ୍କ ନାମରେ ଆସୁଥିବା ଅନ୍ନ ଧନ।
ଛାତ୍ର ଛାତ୍ରୀ ପ୍ରତି ପୁତ୍ର କନ୍ୟା ଭାବ ଯଦି ହୃଦୟରେ ନାହିଁ ,
ତ୍ୟାଗ ସ୍ନେହ ଭାବ ନ ଥିଲେ ତାଙ୍କର ମହେଶ୍ୱର ନୁହେଁ ସେହି ।
ଅସଲ ଗୁରୁ ତ ମୋର ମାଆ ସେହି-ବ୍ରହ୍ମା ବିଷ୍ଣୁ ମହେଶ୍ୱର ,
ଗୁରୁ ଦିବସରେ ତାଙ୍କୁ ବି ପୂଜିବି ତା’ ପାଦେ କୋଟି ଜୁହାର ।