STORYMIRROR

SARADA NAYAK

Comedy Others

3  

SARADA NAYAK

Comedy Others

ଷୋଡ଼ଶୀ ଚାଳିଶା

ଷୋଡ଼ଶୀ ଚାଳିଶା

1 min
222

ହେଇଟି.......

ବେଙ୍ଗ କହେ ବେଙ୍ଗୁଲି ଲୋ

ପୃଥିବି କ୍ଷଣକ୍ଷଣକେ ଆନ

ଦିନେ ଅଫିସରୁ ଫେରୁ ଥିଲି 

ଧରି ମୋର ବ୍ୟୋମଯାନ।


ଘର ମୋର ହେଇ ଥିଲା

ଯହିଁ ଆମ୍ଭର ନିକଟ 

ତାକୁ ଦେଖି ମନକୁ ମୁଁ

କରିଥିଲି ଆକଟ।


ବାଇନ........

ମନ ମୋର ଉଡ଼ୁଥିଲା

ଅଣ୍ଟା ଭଙ୍ଗା ଚାଲି ଦେଖି

ଦୂର୍ଯୋଗ ର ଉପଯୋଗେ

ତାକୁ ମାରିଦେଲି ଆଖି।


ହୁଇସ୍........

ସିଟି ମାରି ଡାକି ଦେଲି

ଚାହିଁଲା ସେ ମୋତେ ବୁଲି 

ନାଆ ତାର ଚୁଲବୁଲି

ପଚାରି ମୁଁ ବୁଝି ନେଲି।


ନା ତାର ସୁଣା ,ସୁଣା

ମୁହଁ ଲାଗୁ ଥିଲା ଚିହ୍ନା

ନମ୍ୱର୍ ତା ମାଗିବାରୁ

ଗାଇଗଲା ଫଟ୍ କିନା।


ଆଲୋ....

ତା, ନମ୍ୱରବି ଚିହ୍ନା ଚିହ୍ନା

ଅଜ୍ଞାନୀ ମୁଁ ପାରିଲିନି ଜାଣି

ଠିକଣାଟା ପଚାରିବାରୁ

କହେ ଜାଣେ ତୋ ଘରଣୀ।


ଆଁ...............

ହାର୍ଟରୁ ଖସିଗଲା କଲିଜା ମୋ

ଶୁଣି ଏମିତିଆ କଥା

ଆଖି ମୋ ଜଳକା ହୁଅଇ

କ୍ଷଣେ ଘୁରି ଯାଏ ମଥା।


ହାଏରେ ବିଧାତା ମୁଁ

ଏ' କି ବୁଦ୍ଧି କଲି

ବିଛା ମନ୍ତ୍ର ନ ଜାଣି ମୁଁ

ଗୋଖର କୁ ଢମଣା ଭାବିଲି।


ଅନ୍ତରେ କାଳିଆକୁ ସୁମରି

ବାହାରିଲି ଘରକୁ

ଘରେ ପହଞ୍ଚି ଦେଖିଲି ଯା

ଜମା କହିବିନି ତୁମକୁ।


ହଉ..........

ତଥାପି ହେ ସାଧୁ ଜନ 

ଦେଇ ତୁମର ନାଶା କର୍ଣ୍ଣ

ଦୁଃଖ ବାରେ ଶୁଣ ମୋର

କେବଳ ଯିଏନୁହେଁ ପ୍ରିୟ ଜନ।


ମୁହଁ ପଡ଼ି ଗଲା ରଙ୍ଗା ମୋର

ଝାଳ ନାଳେ ଗଲି ବୁଡ଼ି

ଚୁଲବୁଲି ଜଗିଚି ମୋ ଘର ଦୁଆର

ଦେଖି ଶୁଖିଗଲା ମୋର ନାଡ଼ି।


ମୋତେ ଦେଖି ତା ପାଦକୁ କଚାଡ଼ି

ହେଉ ଥିଲା ଗାଜୁ ଗାଜୁ

ସ୍ୟାଣ୍ଡେଲକୁ ମୋ ଉପରେ ଫୋପାଡ଼ି

ସମ୍ପିଲା ସେ 

ମୁହଁରଙ୍ଗ ପୋଛୁ ପୋଛୁ।


ହେ ବୋଉ.........

କିଛି ବୁଝିବା ଆଗରୁ ଉଭା ହେଲେ 

ସେଥିରୁ ମୋ ଘରଣୀ

କିଛି କହିବା ଆଗରୁ ଢାଳି ଦେଲେ

ପ୍ରେମ ଭରା ଛାଞ୍ଚୁଣୀ।


ଭାବୁ ଥିଲି ମୋର ୟାକୁ

କେବେଠୁ ତ ଟପିଲାଣି ଚାଳିଶି

ମୁଁ ଅଜ୍ଞାନୀ ଜାଣେ କାହୁଁ

ମେକପେ ଚାଳିଶି ବି ଷୋଡ଼ଶୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy