Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Comedy

3  

KRUTIBAS NAYAK

Comedy

ହିରୋରୁ ଜିରୋ

ହିରୋରୁ ଜିରୋ

1 min
12



ଭଲା ଏ କୋରୋନା ଆସିଲା ହଟହଟା କରିଲା,

ସବୁଆଡ଼େ ସବୁ ବନ୍ଦ ଏବେ ମଣିଷ ମଲା !


ଫ୍ରେଣ୍ଡ ସହିତ ବୁଲନ୍ତି ମନ ହେଉଛି ମୋର,

ମୋବାଇଲ ଖଣ୍ଡେ ପାଇଛି ନାହିଁ କାହାକୁ ଡର |


ତୁଣ୍ଡି ଲଗେଇବା ମୁହଁରେ ଲାଗେ ବଡ଼ ଅଡୁଆ,

ଧରି ପକେଇଲେ ପୁଲିସ ମୋତେ କହେ ମାଡୁଆ |


ଭଲ କଥା କିଛି କହିଲେ, କେବେ ଶୁଣିବି ନାହିଁ,

ପାଠକଥା ଯଦି ପଚାର, ଥିବି ମୁହଁକୁ ଚାହିଁ |


ପର ନିନ୍ଦା ନିଜ ଘରର ଗୋଇ, କହିବ ଯେବେ,

କାନଟେକି ମନ-ଧ୍ୟାନରେ, ସବୁ ଶୁଣିବି ତେବେ |


ଅଳପ ଖରଚ କରିଲେ, ଗିଧ ମୋତେ କହିବେ,

ଧାର ବାକିରେ ମାଗିବି, ଆଉ ଦେବିନି କେବେ |


ମିଳୁଥିବ ଯଦି ମାଗଣା, ଲମ୍ବା ଧାଡ଼ିରେ ଥିବି,

ଶସ୍ତାରେ ମିଳୁଛି ଶୁଣିଲେ, ମାଡ଼ଗୋଳ କରିବି |


ପିଜା-ବର୍ଗର ଖାଇଲେ, ସାଙ୍ଗ କହିବେ ମାନୀ,

ଦାମୀ ମଦ ଯଦି ପିଇବି, ପିଲା କହିବେ ଧନୀ |


ଘରେ ପଛେ ଲୁଣ ନ ଥାଉ, ଯିବି ବଣଭୋଜିକୁ,

ମାଇକ ବଜେଇ ନାଚିବି, ଧରି ସାଙ୍ଗ-ସାଥୀକୁ |


ହାତ ଧୋଇଧୋଇ ଆମର ରେଖା ଘୋରି ଯାଉଛି, 

ଘରେ ରହି କାମ କରିଲେ, ମାଇଚିଆ ହେଉଛି |


ବାଇକରେ ବସି ଗପିଲେ, ଲାଗେ ସତେ କି ରଜା,

ପୁଲିସକୁ ଦେଖି ଧାଇଁଲେ, ତା'ର ଅଲଗା ମଜା |


ଅମାନିଆଁ ହେଲେ କହିବେ ମୋତେ ଅସଲ ହିରୋ,

ପିଠିରେ ବସିଲେ ପାହାର, ହୋଇଯାଏ ମୁଁ ଜିରୋ |




Rate this content
Log in

Similar oriya poem from Comedy