Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ASHOK SWAIN

Comedy Others

3  

ASHOK SWAIN

Comedy Others

ଆଜି ପରା ଛାଡ଼ଖାଇ

ଆଜି ପରା ଛାଡ଼ଖାଇ

1 min
191


ପ୍ରଦୀପ ଜାଳିଲି      ପଞ୍ଚୁକ ପାଳିଲି

         ପୂଜୁଥିଲି ଭାବଗ୍ରାହୀ,

ଜନମ ମରଣ       ମାୟା କବଳରୁ

     ମୋକ୍ଷ ପ୍ରାପ୍ତି ଆଶା ନେଇ,

        ଡ଼ାକୁଥିଲି ପ୍ରଭୁ ସାଇ ।

ପିନ୍ଧିଲି ଗେରୁଆ     ଖାଇଲି ଅରୁଆ

       ମଥାରେ ତିଳକ ନାଇ,

ଦାନ ଦୟା ଧର୍ମ      କଲି ସବୁ କର୍ମ

         ହରିନାମ ଗାଇ ଗାଇ,

       ରାତି ଗଲା ମୋର ପାହି ।

ଶୁଣି କା' ଶବଦ     ଭାଙ୍ଗିଗଲା ନିଦ

       ଦେଖିଲି ଘନିଆ ଭାଇ,

ଆସନ୍ତୁ ବଜାର        ଧରିକି ହଜାର

      କାନେ ଗଲା ମୋର କହି,

         ଆଗରେ ଯାଉଛି ମୁହିଁ ।

ପାରିଲିନି ଜାଣି      ଡାକିଲି ଘରଣୀ

    ଚାହା କପେ ଆସ ନେଇ,

ସକାଳୁ ଘନିଆ      କଲାଣି ଛାନିଁଆ

        କଥାଟେ ଦିଅ ବୁଝାଇ,

     ଚିଠା ଦେଲା ହାତେ ଥୋଇ ।

କୁକୁଡ଼ା ସହିତ       କଙ୍କଡା଼ ଆଣିବ

     ସାଥେ ଦେଢକିଲୋ ରୋହି,

ବୋକାଟେ ପରିକି    ଆଁ ଟେ କରିକି

           ଶୁଣୁଥିଲି ମନ ଦେଇ,

           ପଞ୍ଜିକା ବହିକୁ ଚାହିଁ ।

ଦେଖିଲି ତାରିଖ     ସରିଛି କାର୍ତ୍ତିକ

       ଆଜି ପରା ଛାଡ଼ଖାଇ ।

      


Rate this content
Log in

Similar oriya poem from Comedy