STORYMIRROR

ASHOK SWAIN

Abstract

3  

ASHOK SWAIN

Abstract

ଦେଖ ଭାସୁଛି ପୂଣ୍ୟର ଡ଼ଙ୍ଗା

ଦେଖ ଭାସୁଛି ପୂଣ୍ୟର ଡ଼ଙ୍ଗା

1 min
165

ଆଜି ଗୋଦାବରୀ ଠାରୁ ଗଙ୍ଗା

      ଦେଖ ଭାସୁଛି ପୂଣ୍ୟର ଡ଼ଙ୍ଗା ।

ହେଲେବି କରୋନା - ଏମନ ମାନେନା

ଶୀତୁଆ ସକାଳେ - ଆ କା ମା ଡ଼ାକରେ

             କରିଲୁ ନିୟମ ଭଙ୍ଗା ।

ଆଜି ଗୋଦାବରୀ ଠାରୁ------------

ହାରିଗଲା ପରୀ - କହେ ହାତ ଠାରି

ଆସରେ ଦୁରାତ୍ମା - ଜଗିଛି ମୋ ଆତ୍ମା

            ଧରିଛି ମୃତ୍ୟୁର ଠେଙ୍ଗା ।

ଆଜି ଗୋଦାବରୀ ଠାରୁ------------

ହେବ ରାଜନୀତି - ଦି ଦିନ ଦି ରାତି

ବିରୋଧୀ ନାୟକ - ଦେଇ ଏହି ତଥ୍ୟ

            ହୋଇବେ କାଦୁଅ ଫିଙ୍ଗା ।

ଆଜି ଗୋଦାବରୀ ଠାରୁ------------

ହେ ସାଧବ ଭାଇ-ବେପାରକୁ ଯାଇ

ଆଣୁଥିଲ ବୋହି - ଧନରତ୍ନ କାହିଁ

ରାଜନେତା ଏଠି - ମୋ ଦେଶକୁ ଲୁଟି

            କଲେଣି ଆମକୁ ବେଙ୍ଗା ।

ଆଜି ଗୋଦାବରୀ ଠାରୁ-----------



Rate this content
Log in

Similar oriya poem from Abstract