Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

KRUTIBAS NAYAK

Comedy

3  

KRUTIBAS NAYAK

Comedy

କବିତା ପର୍ବ : (ଅତିରିକ୍ତ) ବ୍ୟଙ୍ଗ କବିତା-80: ଆମେ ଓଡ଼ିଆ ଭାରି ଆଗୁଆ

କବିତା ପର୍ବ : (ଅତିରିକ୍ତ) ବ୍ୟଙ୍ଗ କବିତା-80: ଆମେ ଓଡ଼ିଆ ଭାରି ଆଗୁଆ

1 min
188



କାହାର ଜିଭରେ ହାଡ଼ ଅଛି କହୁ ଓଡି଼ଆ ଗରିବ ଜାତି,

ଆମ ଅଫିସର ଗ୍ୟାଙ୍ଗଷ୍ଟାର ନେତା ରାତିକେ କିଣନ୍ତି ହାତୀ |


କାଲିଯାଏ ଯିଏ ବିପିଏଲ ଥିଲେ ଆଜି ସିଏ କୋଟିପତି,

ଥରୁଟିଏ ଖାଲି ସୁଯୋଗ ମିଳିଲେ ଧରନ୍ତି ସେ ସୁନାଛତି |


କେତେ ଲାଲୁପତ୍ନୀ ରାବିଡ଼ିକୁ ଟପି ଯାଆନ୍ତି ଓପାପା ଦିଦି,

ତେରକୋଟି ଟଙ୍କା ଖରଚ କରି ସେ ସଜାନ୍ତି ବିଛଣା ଗଦି |


ଆଶାରାମ ବାବା ହାର ମାନିଯିବେ ଅଛନ୍ତି ସାରଥୀ-ସୁର,

ରାମ ରହିମ ବି ଡରିଯିବ ସତେ ଦେଖି ଆମ ଗ୍ୟାଙ୍ଗଷ୍ଟାର |


ଆମ ଆର ଆଇ ସୁନାଇଟା ନେଇ ତୋଳନ୍ତି ପ୍ରାସାଦ କେତେ,

ତହସିଲଦାର ଫରେଷ୍ଟର ଘର ଇନ୍ଦ୍ର ଭୁବନ କି ସତେ |


ଚିଟ୍ ଫଣ୍ଡ ବାବୁ କଳା-କଉଶଳେ ଭକୁଆ ବନେଇ ଦେଲେ,

ଆର ଟି ଓ ପୁଲିସ ଖାଆନ୍ତି ଇଲିସି ତାଙ୍କର ଶାସନ ଚାଲେ |


ଯନ୍ତ୍ରୀମାନେ ତାଙ୍କ ପିସି ନେଇ ନିଜ ନାଇରେ ମାରନ୍ତି ତେଲ,

ଶିକ୍ଷା ବ୍ୟବସାୟୀ ଡାକ୍ତରଙ୍କୁ ଦେଖି ତମେ ବି କରିବ ଗେଲ |





Rate this content
Log in