STORYMIRROR

Goutam Mohanty

Comedy Romance Classics

3  

Goutam Mohanty

Comedy Romance Classics

ସ୍ୱାମୀ ମୋ ସିଙ୍ଗିଲ୍

ସ୍ୱାମୀ ମୋ ସିଙ୍ଗିଲ୍

1 min
202

    ଭାଗ -୯

         

ମନେ ମନେ ବସି ଭାବୁଥିଲି ମୁହିଁ 

  ସ୍ବାମୀ ମୋ ବୁଝିବେ ମନ

ଯଦି ସୁଧୁରିବେ ମୋର ପ୍ରାଣଧନ  

  ଖୁସିରେ କାଟିବି ଦିନ.......


ବୁଝାଇ କହିଲେ ବୁଝିବେ ମୋ କଥା

  ବିଶ୍ୱାସଟି ଥିଲା ମୋର

ନ ବୁଝିଲେ ସିଏ କି ଅବା କରିବି

  କାନ୍ଦିବା ହୋଇବ ସାର...


କିଛିକ୍ଷଣେ ସ୍ୱାମୀ ପହଁଞ୍ଚିଲେ ଘରେ

   ଚାହା କପେ ଆଣି ଦେଲି

ପାଖେ ବସି ତାଙ୍କ ଧୀରେ ବୁଝାଇଲି

   ଭଲପାଏ କେତେ ବୋଲି...


ବୁଝାଇ ଏମିତି ତାଙ୍କୁ ମୁଁ କହିଲି

   ବୁଝି ଯାଅ ଏଇ ଥର

ଗାଆଁ ଗୋଟାକରେ ହୁରି ତ ପଡ଼ିଛି

 (କାଳେ)ପ୍ରେମିକା ଅଛି ତୁମର...  

  

ଏତେ ଟଙ୍କା ତୁମେ ରୋଜଗାର କର

   ଦେହରୁ ବୁହାଇ ଝାଳ

ଭବିଷ୍ୟତ କଥା ଚିନ୍ତା କର ଟିକେ

   ନ ହେଲେ ଘୋଟିବ କାଳ...

   

ମୋ ସାଥୀରେ ପଦେ ମିଠା କଥା କାହିଁ

  କେବେ ତୁମେ ହେଉ ନାହଁ

ବଜାରକୁ ଗଲେ ସାଥୀରେ ତୁମର

  କଣ ପାଇଁ ନେଉ ନାହଁ...


ବାପଘରକୁ ମୋ ଯିବା କଥା ହେଲେ

  ରାଗି ଯାଉଅଛ ତୁମେ 

ଏମିତି କାହିଁକି କରୁଅଛ ସ୍ୱାମୀ 

  ବୁଝାଅ ଏହାର ମାନେ...


ମଣିଷ ଜୀବନ କ୍ଷଣସ୍ଥାୟୀ ପରା 

  ଆଜି ଥିଲେ କାଲି ନାହିଁ

କ୍ଷଣିକ ଖୁସିରେ ବିଭୋର ହେଉଛ

   ପ୍ରେମ ମୋ ବୁଝିବ କାହିଁ...

   

ଖୁସିରେ ରହିବା ସାଥୀ ହୋଇ ଆମେ

   ଦୁହେଁ ଯେ ଦୁହିଁଙ୍କ ପାଇଁ

ଦୁଃଖ କୁ ଦୂରେଇ ସୁଖ କୁ ଆବୋରି

  ଜୀବନ ଜିଇଁବା‌ ତହିଁ.... 


ଦଶ ଦୋଷ ମୋର କ୍ଷମା କରିବାକୁ 

  ଦେଇଥିଲ ତୁମେ କଥା

କେଉଁ ଦୋଷ ପାଇଁ ତୁମେ ମୋର ସାଥି 

  ହୃଦୟେ ଭରୁଛ ବ୍ୟଥା....।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy