STORYMIRROR

KRUTIBAS NAYAK

Comedy Others

3  

KRUTIBAS NAYAK

Comedy Others

ଲୁହ

ଲୁହ

1 min
295


ଦେଖ ଦେଖ ଭାଇ ମୋ ଆଖିର ଲୁହ ଛାତିରେ ଛାତିରେ କୋହ,

ଖୋଜେନାହିଁ କେହି ବୁଝେନାହିଁ କେହି ଥିଲି ଗୋମାତାର ପୁଅ |


ହଳ ଚାଲୁଥିଲା ବେଙ୍ଗଳା ବି ଥିଲା ଲୋଡୁଥିଲେ ଆଗ ମୋତେ,

ଖାଉନ୍ଦ ଯତନ ନେଉଥିଲା ମୋର ଦେଉଥିଲା ଖାଦ୍ୟ ଯେତେ |


ବିଲରେ ଗୋଠରେ ମିଶି ଚରୁଥିଲି ଗାଈ-ବାଛୁରୀଙ୍କ ସାଥେ,

ଟ୍ରାକ୍ଟର ଚାଲିଲା ମୁଁ ହେଲି ଅଲୋଡ଼ା ଦୁଃଖରେ ସମୟ ବିତେ |


ଗାଈ ସିନା ହେଲା ମଣିଷର ପାଇଁ ଗୋମାତା ପୁଣି ପୂଜିତା,

ମହାଦେବଙ୍କର ବାହାନ ତ ଷଣ୍ଢ ହୋଇଛି ଜଗତ ଜିତା |


ସାଥୀ ନାହିଁ ମୋର ଜାତି ନାହିଁ ମୋର ଏଣେ ତେଣେ ବୁଲେ ଏକା,

ଷଣ୍ଢ ନୁହେଁ ମୁହିଁ ବଳଦ ହୋଇଛି ମଣିଷ ଦେଇଛି ଧୋକା |


ଗାଆଁ ଛାଡିଦେଲି ସହର ଆସିଲି କିଛି ଗୋଟେ କାମ ପାଇଁ,

ଵଳ ସିନା ଅଛି କାମ ନାହିଁ କିଛି ଅସଲ ବେକାର ମୁହିଁ |

 

ସହରିଆ ବାବୁ ମୋ ଶିଙ୍ଗକୁ ଦେଖି ସତରେ ଯାଆନ୍ତି ଡରି,

ବଳକା ଅଇଁଠା ପେଜ ମୁନ୍ଦେ କିଏ ଯାଚିଦିଏ ଦୟାକରି |


ଦଳଦଳ ଗାଈ-ବାଛୁରୀ ବୁଲନ୍ତି ଅଇଁଠା ଜରୀକୁ ଖାଇ,

ଷଣ୍ଢ ବି ଅଛନ୍ତି ବେମାର ହୁଅନ୍ତି ରାସ୍ତାରେ ପଡ଼ନ୍ତି ଶୋଇ |


ଘାସ କୁଟା କୁଣ୍ଡା ବିଲ ହିଡ଼ ବାଡ଼ ଦେଖିବା ସପନ ଏଠି,

ଫେରିଯିବା ପାଇଁ ବାଟ ପାଉନାହିଁ ମୋ ଜୀବନ ହେଲା ମାଟି |



Rate this content
Log in

Similar oriya poem from Comedy