STORYMIRROR

Bibhuti Bhusan Mohanty

Comedy Drama Inspirational

3  

Bibhuti Bhusan Mohanty

Comedy Drama Inspirational

ଡଙ୍ଗା

ଡଙ୍ଗା

1 min
237

ବାପା,ମା ଭାଇ....

ପାନ ଗୁଟୁଖା ଖାଇ

ପାନ ଗୁଟୁଖା ତମର

ମଦ ବୋତଲଟି ମୋର ।


ଭାସି ଯା ମୋର ଜୀବନ ଡ଼ଙ୍ଗା ଭାସି ଯା

ବାଟଯାକ କେତେ ମଦୁଆ ସାଥୀରେ ମିଶୁଥା ।

ଆଗେ ଯାଉଥିଲେ ଆମ ଓଡ଼ିଶାରୁ ବାଣିଜ୍ୟ ପାଇଁକି ସାତପାରି,

ଏବେ ମୁଁ ଯାଉଛି ରାଜ୍ୟହିତ ପାଇଁ

ପିଇ ପିଇ ମରି ଆରପାରି ।।


ଭାସି ଯା ମୋ ଦେଶ ଅର୍ଥନୀତି ଭାସି ଯା...

ଆଦାୟ ହୋଇ ତୁ ନାନା ପ୍ରକାରରେ ଦଳୀୟ ପାଣ୍ଠିରେ ମିଶିଯା ..।।


ଟିକସ ବଢିଛି,ଦର ବି ବଢିଛି,GST ପରିକା ଧରମରେ,

ଡର ମାଡୁଅଛି ହାତ ମାରିବାକୁ ପେରେମରେ

ଭାସିଯା ତୁ ଝିଅଙ୍କ ପ୍ରେମରେ ଭାସି ଯା...

ବାହାଘର ଏବେ ଖର୍ଚ୍ଚ ବହୁଳ...

ତୁ ଛୁ ତାଲିକାରେ ମିଶିଯା..।।


ଭାସିଯା ମୋ ସ୍ୱପ୍ନର ଡ଼ଙ୍ଗା ଭାସି ଯା..

ସାରା ରାଜ୍ୟ ଏବେ କରୋନା ଆକ୍ରାନ୍ତ

ତୁ ସମୁଦ୍ର ଜଳରେ ମିଶିଯା..।।


ଶୀତରେ ବଢିବ କରୋନା ଯନ୍ତ୍ରଣା

ଏବେ ସେ ଦେଇଛି ଚିଠି,

କରୋନା ବଢିଲେ କେନ୍ଦ୍ର ଦେବ ପାଣ୍ଠି

ପୂର୍ଣ୍ଣ ହେବ କେତେ ପେଟପାଟି

ଚିପି ହେଉ ପଛେ ଭେଣ୍ଟିଲେଟରରେ

କରୋନା ପେସେଣ୍ଟ ତଣ୍ଟି... ।।


ଭାସିଯା ତୁ ମୋ ମନର ଡଙ୍ଗା ଭାସି ଯା...

କରୋନା ଛାଡିଲେ ଫେରିବୁରେ ତୁହି

ଏବେ ଦୂର ଦେଶକୁ ତୁ ଚାଲିଯା...।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy