STORYMIRROR

KRUTIBAS NAYAK

Comedy

3  

KRUTIBAS NAYAK

Comedy

ଲାଜ ରହିବା କଥା

ଲାଜ ରହିବା କଥା

1 min
227


ଟଙ୍କାରେ କେଜିଏ ଚାଉଳ ମିଳୁଛି ପାଞ୍ଚଟି ଟଙ୍କାରେ ଆହାର,

ଜାଣେନା ବୁଝେନା କିଏ ସେ ମାଲିକ ଏହି ଯୋଜନାଟି କାହାର |


ଜମିବାଡ଼ି ଅଛି ଫସଲ ଫଳୁଛି ପୁଅ ମୋ କରୁଛି ଚାକିରୀ,

ମହିଳା ଗୋଷ୍ଠୀରେ ବୋହୂ କାମକରେ ତଥାପି ମନଟି ଭିକାରି |


ପେନସନ ମିଳେ ପ୍ରାସାଦ ତୋଳିଛି ସେ କଥାକୁ କିଏ ଜାଣୁଛି ?

ଗରିବ ଯୋଜନା ସୁବିଧା ନେବାକୁ ବାବୁଙ୍କର ମନ କିଣିଛି |


ଇନ୍ଦିରା ଆବାସ ବୁଢୀକୁ ମିଳିଛି ତାକୁ ମୁଁ ଭଡ଼ାରେ ଦେଇଛି,

ବିପିଏଲ କାର୍ଡ ଯୋଗାଡ଼ କରିଛି ଦୋକାନୀ ପାଖରେ ଥୋଇଛି |


ପାଞ୍ଚଟି ଟଙ୍କାରେ ଆହାର ମିଳୁଛି କାହିଁକି ମୁଁ ଘରେ ରାନ୍ଧିବି ?

ପରିବା କିଣିବା ବାସନ ମାଜିବା କାମରେ ନିଜକୁ ଛନ୍ଦିବି ?


ସ୍ୱାଭିମାନ କଥା ଭୁଲିଯାଇଛି ମୁଁ ଲାଜ ମାଡୁନାହିଁ ମୁହଁକୁ,

ସରକାରୀ ବାବୁ ଲାଞ୍ଚ ଖାଇଥିଲେ କିଏ ପଚାରୁଛି କାହାକୁ ?




Rate this content
Log in

Similar oriya poem from Comedy