STORYMIRROR

Balaram Barik

Comedy

3  

Balaram Barik

Comedy

ଯାଜପୁର...

ଯାଜପୁର...

1 min
236


କୁଆଡେ ରାଜ୍ୟ ରାଜନୀତିକୁ ନିୟନ୍ତ୍ରଣ କରେ ଯାଜପୁର।

ମାତ୍ର,ଦୟନୀୟ ସ୍ଥିତି ଶିକ୍ଷା,ସ୍ୱାସ୍ଥ୍ୟ ଓ ଗମନାଗମନର।

ନୂଆ ଆଡ୍ଡା ସାଜିଛି ଚୋରା ଖଣିଜ କାରବାରର।


ରାଜସ୍ୱ ଚଳୁ କରିବାକୁ ଚାଲେ ଏଠି ବିଚାର।

ଲୋକେ କହନ୍ତି ଯାଜପୁରିଆ ଗୁଡା ଟାଉଟର।

ନିର୍ବାଚନ ହାୱା ଥିବା ପର୍ଯ୍ୟନ୍ତ ଜନତା ଏଠି କୁବେର।


ବିଧାୟକ ବଛା ହେବା ପରେ ଛାତୁ ଉଡିଯାଏ ଛପର।

ଗରିବୀ ଯେଉଁଠି ଥିଲା ସେଇଠି କରିନିଏ ଘର।

ଖାଲି ଜିନ୍ଦାବାଦ ପକେଇବାକୁ ଯୁବକ ହୁଅନ୍ତି ଆବିଷ୍କାର।


ପ୍ରତିବର୍ଷ ବନ୍ୟା ଜଳ ଆସି କରେ ଏଠି ନାରଖାର ।

ଜଳ ବିନିଯୋଗକୁ ଭାଇ ଗୁଲି ତୁମେ ଟିକେ ମାର।

ଘାଇ ମୁଣ୍ଡକୁ ଡ଼ିନାମାଇଟ୍ ଲଗାଇ ଭାଙ୍ଗେ କଣ୍ଟ୍ରାକ୍ଟର।


ଧନ୍ୟ ମୋ ଯାଜପୁର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy