Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Comedy

3  

KRUTIBAS NAYAK

Comedy

କବିତା ପର୍ବ : (ଅତିରିକ୍ତ) ବ୍ୟଙ୍ଗକବିତା-73: ଗାଲୁଆ

କବିତା ପର୍ବ : (ଅତିରିକ୍ତ) ବ୍ୟଙ୍ଗକବିତା-73: ଗାଲୁଆ

1 min
211


ଦୁଇଜଣ ସାଙ୍ଗ ଭେଟ ହେଇଗଲେ ଜଣେ ଥିଲା ମହାଗାଲୁଆ,

ବାହାପିଆ କଥା କହିଲା-ଗାଲୁଆ ସାଙ୍ଗ ହେଇଗଲା ଭକୁଆ |


ବାରବାଟୀ ଚାଷ ହେଉଛି ଆମର ତୋଟା ନଡ଼ିଆ କେ ଖାଏ ?

ପାଠରେ ଶାଠରେ ବୁଦ୍ଧିରେ ନାଟର ମୋତେ ବା ପାରିବ କିଏ ?


ଦେଶରେ ସଂସ୍କୃତ ଆଉ କେ କହୁନି ମୁଁ ଯାହା କହୁଛି ଜଣେ,

ଇଂରେଜୀ କହିଲେ ବୁଝି ନ ପାରି ସେ ଆକାଶର ତାରା ଗଣେ |


କେଡ଼େ କେଡ଼େ ନେତା ଆସନ୍ତି ଘରକୁ ତାଙ୍କୁ ମୁଁ ଜିତେଇ ଦିଏ,

ଅଡୁଆରେ ଥିଲେ ଅଫିସରଙ୍କୁ ମୁଁ ଅସଲ ବାଟ ଦେଖାଏ | 


ପାଲିଙ୍କିରେ ବସି ମୋ ବାପା ଯାଉଛି ସବାରିରେ ବୋଉ ଯାଏ,

ମାଛରେ ମାଛରେ ପଚିଶ ପ୍ରକାର ନିତି ତରକାରୀ ହୁଏ |


ଚାକର ଵାକର ଘରେ ମାଳମାଳ ଘୋଡ଼ାଗାଡ଼ିରେ ଯାଉଛି,

ଘୋଡ଼ାର ଦେହଟା ଖରାପ ଥିବାରୁ ତୋ ସାଙ୍ଗରେ ଆଜି ଚାଲୁଛି |



Rate this content
Log in

Similar oriya poem from Comedy