STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ନାତେଇ ଗାଈ

ନାତେଇ ଗାଈ

1 min
385


ଗୋଟିଏ ଦିନ ଶାନ୍ତିରେ କ୍ଷୀର

   ପାରିଲି ନାହିଁ ଦୁହିଁ,

ବାଲିଟି‌ ହାତେ ଦେଖିଲେ ପାଖ

   ପୁରେଇ ଦେଉ ନାହିଁ।

ତା'ପଛ‌ ଗୋଡ଼ ଛନ୍ଦିକି କ୍ଷୀର

  ଦିନେ ମୁଁ ଦୁହୁଁଥିଲି,

ଗୋଡ଼ ଉଠେଇ ମାଇଲା ନାତ

  ପଡ଼ି କବିରା ହେଲି।

ଆଠଦିନ ମୁଁ ଘରେ ବସିଲି

   ଗାଈଠୁଁ‌ ନାତ ଖାଇ,

ଭାବିଲି ଯଦି ଗରାଖି‌ ମିଳେ

   ବିକି ଦେବି ଏ ଗାଈ।

କଂସେଇ ହାତେ ବିକିବି ନାହିଁ

   ମନେ ମୁଁ ସ୍ଥିର କଲି,

ଭଲ ଗରାଖି‌ ଦେଖି ବିକିବି

   ସେଦିନୁଁ ଖୋଜୁଥିଲି‌।

ପୁଣି ମନକୁ ଆସେ ଏ କଥା

   ନାତେଇ ଓଲେଈକୁ,

ପ‌ଇସା ପାଇଁ ଶୂନରେ‌ କାହିଁ

   କଷ୍ଟ ଦେବି କାହାକୁ?

ଥରକୁ ଥର ହୁଏ ଗାବିଲି‌ 

   ଆଶା ମୋ ଯାଏ ବଢ଼ି,

ବାଛୁରୀ ଦେବ କ୍ଷୀର ମିଳିବ

   ନେବ ଓମ୍ଫେଡ‌ ଗାଡ଼ି।

ଏଥର ଗାଈ ଛୁଆ ଦେଇଛି

   ମାଈ ବାଛୁରୀଟିଏ,

ଭାବୁଛି ମାଆ ସିନା ଓଲେଇ 

   ସୁଧାର‌ ହେବ ସିଏ।

ଓଲେଇ‌ ଗାଈକି ଦୂରୁଁ ଜୁହାର

   ଲୋକେ ତ କହୁଥାନ୍ତି,

ମୁଁ କିନ୍ତୁ ଗୋଠେ‌ ବାନ୍ଧିକି ତାକୁ

    ଯାତନା‌ ପାଏ ନିତି।

ପଘା ଛିଣ୍ଡେଇ ପର ବାଡ଼ିରେ

    ନିତି ସେ ମୁହଁ ମାରେ,

ସେଇଥି ପାଇଁ ମୁଗୁର ଘଣ୍ଟି

    ପକେଇଛି ତା' ଗଳେ।

ଆଉ ଗୋଟିଏ ଓଲେଇ ଗାଈ 

    ଅଛି ମୋହରି ଘରେ,

ଅଭ୍ୟାସ କରି ନିଇତି ମୋର 

    ସେଣ୍ଢା‌ ଉପରେ ଚଢେ‌।

ପଘା ନାହିଁ କି ଲଗା ବି ନାହିଁ

    ନାହିଁ ତା' ମୁହେଁ ତୁଣ୍ଡୀ,

ବାରଜାଗାରେ ଜିଭ ବୁଲାଏ‌

    ନିଇତି ମାରେ ହାଣ୍ଡି।

କଥାକଥାକେ‌ ଚାରିଖୁରାରେ

   ଡେଇଁ ସେ କୁଦାମାରେ,

ତା'ନାତ ଖାଇ ମୁଁ କେବଳ

   ଏକା ସମ୍ଭାଳି ପାରେ।

କୁଣ୍ଡରେ କୁଣ୍ଡେ ଖାଉଛି ଦଣ୍ଡେ

   ସ୍ଥିର ସେ ରହୁନାହିଁ,

ପୁଥୁଳକାୟ ପେଟ କଲାଣି

   ପେଜ ତୋରାଣୀ ପିଇ।

ମୋ ଭଙ୍ଗା ଚାଳ ଓଲାରି ସିଏ

   ଚାଲୁଛି ବେକ ଟେକି,

ମୁଁ ସର୍ବସାନ୍ତ‌ ତୁଚ୍ଛା ଗେରସ୍ତ

   ଭାଗ୍ଯ ମୋହର ସାକ୍ଷୀ।

ବୋକା ଖାଉନ୍ଦ‌ ମୋ ଭାଗ୍ୟ ମନ୍ଦ

   ଦୁଇ ନାତେଇ ଗାଈ,

ନେଇ କେମିତି ଦିନ କାଟୁଛି 

    ଚିନ୍ତା କରନ୍ତୁ ଭାଇ।



రచనకు రేటింగ్ ఇవ్వండి
లాగిన్

Similar oriya poem from Comedy