ସିଆଁଣିଆ ନେତା (ଭାଗ -୧)
ସିଆଁଣିଆ ନେତା (ଭାଗ -୧)
ଅମୁକ ଦେବି ଢ଼ୀମୁକ ଦେବି ।
ମାଇ ଛେଳି କୁ ଖାସି କରିବି ।
ଜିତେଇ ଦିଅ ଦେବି ତୁମକୁ ।
ପାଦକୁ ହଳେ ଜୋତା ।
ମୁଁ ପରା ତୁମ ପ୍ରିୟ ସିଆଁଣିଆ ନେତା।
ଇଲେକ୍ସନ ଆସୁଛି ଦେବି ଚାକିରୀ ।
ଘର ଘର ଦେବି ପୁରୀ ସାଙ୍ଗକୁ କ୍ଷୀରି ।
କୋଳ ରେ ବସି ଦେବି ଖୁଆଇ ।
ଗୀତ ଗାଇ ଗାଇ ଦେବି ଶୁଆଇ ।
ପୋଖରି ଖୋଳିବି,ରାସ୍ତା କରିବି,କରିବି ତୁମର ସେବା ।
ପ୍ରତିବଦଳରେ ଭୋଟ ଦିଅ ମୋତେ ନକରି ଅବହେଳା ।
ନିତି ବାଣ୍ଟିବି ମାଉଁସ ମଦ ସାଙ୍ଗ କୁ ବିୟର ।
ତୁମ ପାଇଁ ଲାଗେ ମୁହିଁ ପରା ସଦାବେଳେ ନିରନ୍ତର ।
