Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sameer Ghosh

Comedy

4.0  

Sameer Ghosh

Comedy

ଖଣ୍ଡଗିରି ର ସୁନ୍ଦରୀ

ଖଣ୍ଡଗିରି ର ସୁନ୍ଦରୀ

1 min
192


ଯାଇଥିଲି ଖଣ୍ଡଗିରି 

ଦେଖିଲି ସେଠି ଗୋଟେ ସୁନ୍ଦରୀ।

ଦେଖିବାକୁ ସତେ ଯେମିତି ଗୋଲାପ କଢି

ତା ରୂପ ଦେଖି ମୋର ନିଶା ଗଲା ଚଢି ।


ତାକୁ ଦେଖି ସେହି ମୁହୁର୍ତ୍ତରୁ 

ଆରମ୍ଭ ହେଲା ଲଭ ।

ମନେ ମନେ ଭବିନେଲି ସିଏ ମୋ

କିରୋସିନି ତେଲ ଆଉ ମୁଁ ତା ଷ୍ଟୋଭ ।


ପ୍ରେମ ଭିକ୍ଷା ପାଇଁ ଗଲି ତା ପାଖକୁ

କହିଲି ସୁନ୍ଦରୀ ଶୁଣ ।

ପ୍ରେମିକା ପରି ସେ ଅନେଇ ଦେଖିଲା

କହିଲା ହେଲା କଣ ?


ଦେଖିବାକୁ ତୁମେ ସ୍ୱର୍ଗ ର ଅପ୍ସରୀ

ଚିରି ଦେଲ ମୋ ଛାତି ଟା ।

ବନିବ କି ଗୋ

ତୁମେ ମୋର ପ୍ରେମିକା ।


ପ୍ରତି ଉତ୍ତରରେ ଜବାବ ଆସିଲା ସିଆଡୁ 

ଅତି ତମେ ଗୋଟେ ଛପରା ।

ଦିଅ ଟଙ୍କା ୫୦୦ ଆଜି ବନିଯିବି

ପ୍ରେମିକା ତୁମ ପାଇଁ ଆଜି ରାତିଟା ।


ପାନଖିଆ ତାର ମଲ ମଲ ପାଟି 

ଦୁଇ ହାତରେ ବଜାଇଲା ତାଳି ।

ଏ ରୂପ ଦେଖି ତାହାର ମୋତେ ଲାଗିଲା 

ଯେମିତି ଆକାଶରୁ ମୁଁ ଗଲି ଗଳି ।


Rate this content
Log in

Similar oriya poem from Comedy