STORYMIRROR

Sameer Ghosh

Others

3  

Sameer Ghosh

Others

ଲୌହମାନବର ରକ୍ତଭୋଜି

ଲୌହମାନବର ରକ୍ତଭୋଜି

1 min
137

କୋଉଠୁ ଆସିଲା କିଏ ସେ ଦେଖିଲା

କାଳରୂପେ ରେଳଗାଡ଼ି

ଓଡ଼ିଶା ବାସୀର ଛାତିକୁ ଚିରି

ମଣିଷର ମୁଣ୍ଡ ଚାଲିଗଲା ଗଡି।


ମା ଆଖି ରୁ ଶୁଖୁନି ଲୁହ ବାପା ଖୋଜୁଛି ପୁଅ

ହେ ପ୍ରଭୁ ଜଗନ୍ନାଥ ଟିକିଏ ତୋ ସାହା ହୁଅ

ସ୍ତ୍ରୀ ଖୋଜୁଛି ତା ସ୍ୱାମୀକୁ

ଭାଇକୁ ଖୋଜୁଛି ଭଉଣୀ 

ହେ ପ୍ରଭୁ ଦିଅ ଆମକୁ ତୁମର ସ୍ନେହର ଛାଉଣୀ ।


ଚାରିଆଡେ଼ ଖାଲି ରକ୍ତର ବନ୍ୟା 

ମଲା ଶବ କୁଢ କୁଢ 

ହେ ଜଗା ତୁମେ ଆମ ସହ ଆସି ଟିକିଏ ତୋ ଲଢ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍