ଏ ରାତି
ଏ ରାତି
ଶୂନ୍ୟତା ଆସି ଦସ୍ତକ ଦିଏ
ସଞ୍ଜ ନଇଁଲା ପରେ ।
ଶେଫାଳୀ ମହକ ଖେଳି ବୁଲୁଥାଏ
ଉଲଗ୍ନ ମଳୟ ରେ ।
ରାତ୍ରିର ଶୂନ୍ୟତା କରେ ହୃଦୟଟା
ଧୀରେ ଧୀରେ କଣା ।
ଉଦାସୀନତାର ରାଜ ରାସ୍ତାରେ
ହୋଇଯାଏ ମୁଁ ବାଟବଣା ।
ଜହ୍ନ ରୋଷଣୀରେ ରାତି ଭରିଯାଏ
ରାତି ଯଉବନୀ ହେଲେ ।
କଡ଼ ଲେଉଟାଏ ସ୍ମୃତି ଅଜଗର
ବିରହ ଡ଼ାଇରୀ ଖୁଲେ ।