STORYMIRROR

Sameer Ghosh

Drama Tragedy Classics

3  

Sameer Ghosh

Drama Tragedy Classics

ଏ ରାତି

ଏ ରାତି

1 min
150

ଶୂନ୍ୟତା ଆସି ଦସ୍ତକ ଦିଏ 

ସଞ୍ଜ ନଇଁଲା ପରେ ।

ଶେଫାଳୀ ମହକ ଖେଳି ବୁଲୁଥାଏ 

ଉଲଗ୍ନ ମଳୟ ରେ ।


ରାତ୍ରିର ଶୂନ୍ୟତା କରେ ହୃଦୟଟା

ଧୀରେ ଧୀରେ କଣା ।

ଉଦାସୀନତାର ରାଜ ରାସ୍ତାରେ 

ହୋଇଯାଏ ମୁଁ ବାଟବଣା ।


ଜହ୍ନ ରୋଷଣୀରେ ରାତି ଭରିଯାଏ

ରାତି ଯଉବନୀ ହେଲେ ।

କଡ଼ ଲେଉଟାଏ ସ୍ମୃତି ଅଜଗର

ବିରହ ଡ଼ାଇରୀ ଖୁଲେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama