STORYMIRROR

Bidyadhar Mantry

Comedy Classics Others

4  

Bidyadhar Mantry

Comedy Classics Others

ଗୋଦରୀ ଗୋଡ଼କୁ ଆଉ ନ ଅନା

ଗୋଦରୀ ଗୋଡ଼କୁ ଆଉ ନ ଅନା

1 min
298


ଗୋଦରୀ କୁ କିଏ ଦେଖୁ ବା ନ ଦେଖୁ

ଗୋଦରୀ ତା'ର କାମ କରୁଛି

ଯା ଦେହରେ ଯାଉନି ତା କାମ ଦେଖି

ପଛରେ କହନ୍ତି କିଛି କିଛି


ଆଜିକାଲି କିଏ କାହିଁକି କହିବ

ଅନ୍ୟର ଦୋଷ ଦୁର୍ବଳ କଥା

ଯିଏ ଯାହା କରୁ ଧରା ବନ୍ଧା ନାହିଁ

ଅନ୍ୟର କିମ୍ପାଇଁ ମୁଣ୍ଡ ବ୍ୟଥା


ଦଣ୍ଡ ମୁକ୍ତ ହେଲା ବିଦ୍ୟାଳୟ ଯେବେ

ପିଲାଏ ପଢୁଛନ୍ତି ଖୁସିରେ

ଗୋଦରା ଗୋଦରୀ ମିଳିମିଶି ଏବେ

ଦିନରାତି ମନ ପାଠରେ 


କରୋନା କାଳରେ କଟକଣା ହେଲା

ଘରୁ ବାହାରକୁ ଯିବା ପାଇଁ

ଗୋଦରା ଗୋଦରୀ ଘରେ ଥାଇ ପୁଣି

ଖେଳୁଥିଲେ ମୋବାଇଲ୍ ଚାହିଁ


ବ୍ୟୁଟି ପାର୍ଲର କୁ ଯାଉଛି ଗୋଦରୀ 

ଟିକେ ସୁନ୍ଦରୀ ହୋଇବା ପାଇଁ

ଆଲୋ, ଗୋଦରୀ ନିଜ ଗୋଡ଼କୁ ଅନା

ସର୍ବେ କହୁଛନ୍ତି କାହିଁ ପାଇଁ


ଯେବେ ଚିରା ଫଟା ପୋଷାକ ଫେଶନ

ଚାଲୁଅଛି ପ୍ରାୟ ଆଜିକାଲି

ଗୋଦରୀ ପିନ୍ଧିଲେ ଦେହ ସହିବନି

ଚାହିଁ ରହିଥିବେ ଆଖି ମେଲି


ଗରିବ ତାଲିକାରେ ନାମ ରହିଲେ

ଏକ ଟଙ୍କାରେ ଚାଉଳ କିଲେ

ଗୋଦରୀ କୁ ଦେଖି ଦେହ ସହୁନାହି

କିଆଁ ଗରିବ ନ ହୋଇ ମିଳେ


ଗୋଦରୀ କଥା ଚିନ୍ତା କରିବା ବୃଥା

ନିଜେ ଭଲ ତ ଦୁନିଆ ଭଲ

କବିତା ଭଲ ଲାଗୁ ଅବା ନ ଲାଗୁ

ଗୋଦରୀ ଲେଖା, ନିହାତି ଭଲ


ଫେସ୍-ବୁକ୍ ରେ ବି ଗୋଦରୀ ସକ୍ରିୟ

କବିତା ଲେଖି ନିତି ଛାଡୁଛି

କବିତାର ମାନ କିଏ ଦେଖୁଅଛି

ବାଃ ବାଃ ଲେଖିଲେ ଖୁସି ମିଳୁଛି


ଗୋଦରୀ ର ଗୋଡ଼କୁ ଆଉ ନ ଅନା

ଗୋଦରୀ ବି ବ୍ୟସ୍ତ ଆଜିକାଲି    

ସାହିତ୍ୟ ସଂସଦ ଖୋଲି ବସିଅଛି

ପ୍ରତିଯୋଗୀତା ହୋଇବ ବୋଲି


ଗୋଟିଏ ବିଷୟ ଅଲଗା ଶୀର୍ଷକ

ପୋଷ୍ଟ ହେଉଛି ଫେସ୍ ବୁକ୍ ରେ

ଯିଏ ଯାହା ଲେଖି କବିତା ଗଢିଲେ

ମାନପତ୍ର ସଭିଙ୍କୁ ଖୁସିରେ


ଆଉ କେହି ଗୋଦରୀ କିଆଁ କହିବ

ତା'ର ନିହାତି ସାହିତ୍ୟ ପ୍ରେମ

ସଂସଦ ସଭାପତି ହୋଇ ବସିଛି

ବ୍ୟସ୍ତତା ଥାଇ କରୁଛି କାମ 








ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy