STORYMIRROR

Dr. Rajib Lochan Panigrahy

Comedy Romance

4  

Dr. Rajib Lochan Panigrahy

Comedy Romance

ଶ୍ରାବଣର ପ୍ରୀତିସ୍ବର୍ଶ

ଶ୍ରାବଣର ପ୍ରୀତିସ୍ବର୍ଶ

1 min
234

ସରିଲେ ଶ୍ରାବଣ ଆସଇ

ଧାରା ବରସାର ବେଳ

ଧାରା ଶ୍ରାବଣ କୁ ଚାଷୀ ଚାହିଁଥାଏ

ଚାଷ ତା ହୋଇବ ଭଲ ।


ଶ୍ରାବଣ ବର୍ଷାରେ ନୁଆଁ ପାଣି ସ୍ରୋତେ

ନଈ ନାଳ ହୁଏ ଉଚ୍ଚଳ

ଉଛୁଳା ଜଳରେ ଖେଳନ୍ତି ମୀନ

ଉଚ୍ଚାଟ କରି ମନ ।


କଳା ମେଘ ଦେଖି ଆକାଶେ

ମୟୁର ଖେଳେ ମେଲାଇ ପୂଛ

ଗଛ ମାନେ ଦିଶନ୍ତି ଚିରହିରିତ

କରି ମନ ଛନ୍ନ ଛନ୍ନ ।


କାଉଡିଆ ମାନେ ନୁଆଁ ଜଳ ବୋହି

ଯାଆନ୍ତି ଶିବ ମନ୍ଦିର

ସେହି ଜଳ ରେ କରି ଅଭିଷେକ

ପୁରନ୍ତି ନିଜ ମାନସିକ ।


ଚାଷୀ ଭାଇଟା ଗାଉଛି ଗୀତ

ଧାନ କ୍ଷେତରେ ରହି

ବେଙ୍ଗ ବେଙ୍ଗୁଲି ହୁଅନ୍ତି ବିଭା

କେଁ କଟର କରି ।


ଗଗନ ପବନ କମ୍ପି ଉଠେ

ଓଁ ନମଃ ଶିବାୟ ଧ୍ୱନିରେ

ନାନା ଜାତି ଫୁଲି ଫୁଟି ଧରେ

ଅତୀବ ସୁନ୍ଦର ଦିଶେ ।


ଫୁଲକୁ ଫୁଲ ଉଡି ବୁଲନ୍ତି

ରଙ୍ଗ ବେରଙ୍ଗ ପ୍ରଜାପତି

କାଉ କୋଇଲି ଲୁଚି ଯାଆନ୍ତି

ଶ୍ରାବଣ ଝଡି ଦେଖି ।


ଶ୍ରାବଣର ପ୍ରୀତିସ୍ବର୍ଶ ପାଇ 

ଚାଷୀ ଭାଇ ବୁଲେ ବିଲେ

ବରଷା ଧାରାକୁ ଖାତିର ନ କରି

ଶିବ ମଥାରେ କାଉଡିଆ ଜଳ ଢାଳେ ।


ରାଜସ୍ଫଳା ଧରଣୀ ପୁଲକିତ ଲାଗେ

ଗ୍ରୀଷମ ଦାଉରୁ ମଣିଷ ନିସ୍ତାର ପାଏ

ଗରମ ମୁଢି ଅବା ଗରମ ପକୁଡି

ଭାରି ସୁଆଦିଆ ଲାଗେ 

ଶ୍ରାବଣର ପ୍ରୀତି ସ୍ବର୍ଶ

ଭରି ମନୋରମ ଲାଗେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy