STORYMIRROR

Dharitri Das

Comedy

3  

Dharitri Das

Comedy

ଥୁଣ୍ଟାଗଛ

ଥୁଣ୍ଟାଗଛ

1 min
184


ଦେଖ ଭାଇ ଦେଖ ଆଜିକାଲି ସଂସାରର ରୀତି

ସ୍ୱାମୀ ଥାଉଁ ଥାଉଁ ସ୍ତ୍ରୀ ଆଗକୁ ବାହାରି କରେ ଯୁକ୍ତି।

ବିଚରା ସ୍ୱାମୀ ଥୁଣ୍ଟାଗଛ ପରି ହୋଇଅଛି ଠିଆ

ତୁଣ୍ଡରେ ତାହାର ଵଚନ ନସ୍ଫୁରେ କିପରି ସହିବ ହିଆ।

ଜଳ ଜଳ କରି ଚାହିଁ ରହିଥାଏ ସତରେ ଜଳକା ପରି

ସତେକି ସ୍ଥାବର ପାଲଟି ଯାଇଛି ଵଚନ କହି ନ ପାରି।

କହିଲେ ତ ସ୍ୱାମୀ ପଣିଆ ହୋଇଯିବ ନିଲାମ

ନୀରବ ରହିଲା ମାରି ତାହାକୁ ଶହେ ସଲାମ।

କହିବକି ଭାଇ ଏପରି ସଲାମ ମାରି ରହିବା

ପୁରୁଷ ପାଇଁ କେଉଁ ସୌଭାଗ୍ୟ ବୋଲି କହିବା।

ଏତିକିରେ ସରିନାହିଁ ଥୁଣ୍ଟାଗଛର ଦୁଃଖ

ଖଚ ମିଛ କହି ପିଲାଝିଲାଙ୍କୁ ହାତ କରେ ଦେଖ।

ସଭିଏଁ ଏକାକାର ହୋଇଯାଆନ୍ତି କରିଦେଇ ଥୁଣ୍ଟା

ଏଥିରେ ପ୍ରତିବାଦ କରିବାକୁ କା ଜିଭରେ ଅଛି କଣ୍ଟା।

କେବଳ ଥୁଣ୍ଟାଗଛ ପରି ନିର୍ବିକାରେ ଥାଏ ଏକା

ତଥାପି ପୁରୁଷ ମନରୁ ଛାଡି ନଥାଏ ଦକା।

କି କହିବା ଭାଇ ଏତ କଳିଯୁଗର ରୀତି

କିଏବା ବୁଝୁଛି ଏଠି ଥୁଣ୍ଟାଗଛର ମତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy