The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

KRUTIBAS NAYAK

Comedy Inspirational

3  

KRUTIBAS NAYAK

Comedy Inspirational

ମୂଲ୍ୟ

ମୂଲ୍ୟ

1 min
158


ସିଧାକଥା -୧୮ 


ଯେତେ ଯାହା ଚିଜ ଅଲୋଡ଼ା ଅଖୋଜା ମୂଲ ତା' ଅମୂଲ ମୂଲ,

ମଦ କି ଗଂଜେଇ ପାନ ବିଡ଼ି ଛାଡ଼ି ରହିପାରେ ଜଣେ ଭଲ ।


ତାକୁ ବିକେ ଯିଏ କୋଟିପତି ହୁଏ ଆଇନ ତା' ପାଇଁ ନାହିଁ,

ଦୁଃଖ ଅଭାବରେ ପଡ଼ିଲେ ବି ଲୋକେ କିଣିବାକୁ ହାଇଁପାଇଁ ।


ଅତି ଦରକାରୀ ଚାଉଳ ଗହମ କ୍ଷୀର ପାଣି ଆଉ ଲୁଣ,

ତାକୁ ଯେ ଅମଳ କରେ ସେ ବିଚରା ଲେଖେ ଗରିବରେ ନାମ ।


ତା'ପାଇଁ ଆଇନ କାନୁନ ବହୁତ ଥାନାରେ ହାଜତ ଖୋଲା,

ଦାନାଦିଏ ଯିଏ ହୀନିମାନ ହୁଏ ସଭିଙ୍କର ସିଏ ଶଳା ।


ଦେଶକୁ ଯେ ଲୁଟେ ବିଦେଶରେ ବିକେ ଆମରି ଇଜ୍ଜତ ମାନ,

ସେହିଲୋକ ପୁଣି ନାମୀ ଦାମୀହୋଇ ପାଏ ଉଚ୍ଚ ସନମାନ । 


ଦେଶପାଇଁ ଯିଏ ସୀମାକୁ ଜଗିଛି ଲଗାଇ ଜୀବନ ବାଜି,

ଦେଶକୁ ଗଢୁଛି ଯେଉଁ ଶ୍ରମିକଟି ଗରିବ ରହିଛି ଆଜି ।



Rate this content
Log in

More oriya poem from KRUTIBAS NAYAK

Similar oriya poem from Comedy