STORYMIRROR

shmitaa mohanty

Comedy

3  

shmitaa mohanty

Comedy

ଆମେ ତ ଭାଗ୍ୟବାନ ପିଲାରେ

ଆମେ ତ ଭାଗ୍ୟବାନ ପିଲାରେ

1 min
335

ଆମେ ତ ଭାଗ୍ୟବାନ୍ ପିଲାରେ

ସକାଳୁ ସଞ୍ଜ ଯାଏ ଅନ୍ୟାୟ ସହି

ହୋଇ ଗଲୁଣି ଏବେ ଢିଲାରେ,

ଯାହାର ଇଚ୍ଛା ଯେବେ ଯିଏ ଆନ୍ଦୋଳନ କରେ

ଆଗ ଚଡକ ପଡେ ଆମରି ଉପରେ,

ମନ୍ଦିର ମସଜିଦ ଗୀର୍ଜା କି ଗୁରୁଦ୍ଵାର,

କୃଷକ ସଙ୍ଘ, ମହିଳା ସଙ୍ଘ କି ବିରୋଧୀ ଦଳର ହରତାଳ

ସଭିଙ୍କ ରାଗରୁଷା କରେ ସବୁ ଗୋଳମାଳ,

ସ୍କୁଲ ହଉ କି କଲେଜ ସବୁଠି ଆମରି ବଳି,

ମୁଣ୍ଡ ଉଠାଇ ଅଭିଯୋଗ କରୁନି ବୋଲି,

ସମସ୍ତଙ୍କ ର ପୌଷ ର ସୁଖରେ

ଆମର ହୁଏ ସର୍ବନାଶ,

ତଥାପି, ଆମ ପାଇଁ ରାଜନୀତି,

ପାଠ ଭୁଲି କିଏ ମାଦକ ଦ୍ରବ୍ୟ ରେ ବ୍ୟସ୍ତ

ତ ଆଉ କିଏ ଶିଶୁ ଶ୍ରମିକ,

କୋଉଠି ଆମେ ବାଜା ବାଲା ତ ଆଉ କୋଉଠି

ସ୍କୁଲ ଦିଦି ସାରଙ୍କ ଘରେ ବୋଲକରା

ରାଜନୀତି ନିହାତି ଜରୁରୀ, ମାସ୍କ ବି ନିହାତି

ଆମର ସବୁ ଟାଇଟି ତାଙ୍କର ସବୁ ରିହାତି

ଆମ ଦୁଃଖ ବୁଝନ୍ତି ନାହିଁ କେହି

ନିଜ ସ୍ଵାର୍ଥ ପାଇଁ ସଭିଏଁ ବାଇ

ଗୁହାରି କରିବୁ କାହା ଆଗରେ ଶୁଣିବ ବା ଆଉ କିଏ

ପ୍ରଥମ ରୁ ଏବେ ଘରେ ରହି ରହି ସାରିଦେବୁ ଆମେ ବିଏ

ଏମତି ଭାଗ୍ୟ ଅଛି କାହାର ଭାବିଚିନ୍ତି ଟିକେ କୁହରେ

ଯେତେ ମାଠିଲେ ଫରକ ପଡେନା,

ବିରି ମାଡ ଦେଖି ଛାଡେ କୋଳଥ ଚୋପାରେ

ଶାନ୍ ସେ କହୁଛୁ କହିବୁ ଆମେ ତ ଭାଗ୍ୟବାନ ପିଲାରେ

ଚୋଟ ଖାଇ ଖାଇ ଆମର ସବୁ ହୋଇ ଗଲାଣି ଢିଲାରେ।

ଆମେ ତ ଭାଗ୍ୟବାନ ପିଲାରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy