STORYMIRROR

Aparti Charan Sethi

Comedy

3  

Aparti Charan Sethi

Comedy

ଜ‌ଓ୍ଵାଦ୍ କହୁଛି

ଜ‌ଓ୍ଵାଦ୍ କହୁଛି

1 min
330

ବାତ୍ୟା ଭାଇ ତୁମେ ଆସିଛ ଯଦିବା

  ଆଉ ଟିକେ ରହିଯାଅ

ଦୟା କରି ତୁମ ପରିଚୟ ଆଉ

  ଠିକଣାଟା କହିଯାଅ।


ଆଣିଛ କି ନାହିଁ ଆଧାର କାର୍ଡଟା

  ତାକୁ ବି ଦେଖାଇ ଦିଅ

ଆମ ଫାଇଲିରେ ଦୟାକରି ଭାଇ

  ଦସ୍ତଖତ କରିଯାଅ।


ଯେଉଁ ବାତ୍ୟାମାନେ ଏଠି ଆସିଥିଲେ

  ତୁମର କ‌ଅଣ ହେବେ

ଦୟାକରି ଭାଇ ତାଙ୍କ ପରିଚୟ

  ଆମ ଆଗେ ଟିକେ ଦେବେ।


କେଉଁ କାରଣରୁ ବାରମ୍ବାର ତୁମେ

  କାହିଁକି ଏଠାକୁ ଆସ

ମୁଁ କେନ୍ଦ୍ରାପଡିଆ ପ୍ରଶ୍ନ ପଚାରୁଛି

  ମୋ ପାଖରେ ଏଠି ବସ।


ବାତ୍ୟା କହୁଅଛି ଶୁଣ ବଡଭାଇ

 କହୁଛି ମୁଁ ଏହି କଥା

ଆସିଥିଲେ ଆଗେ ପୂର୍ବ ଉପକୂଳେ

  ଆମ ଜେଜ 'ମହାବାତ୍ୟା'।


ବାପା 'ଫାଇଲିନ୍' ତା'ପରେ ଆସିଲେ

  କାରନାମା କରିଗଲେ

ତାଙ୍କ ପରେ ବୋଉ 'ହୁଡ୍‌ହୁଡ୍' ଆସି

  ଘରଦ୍ଵାର ଭାଙ୍ଗି ଗଲେ।


ତାଙ୍କ ଗେହ୍ଲୀଝିଅ 'ଫନୀ' ଆସିଥିଲା

  ନାକେଦମ କରିଗଲା

ଜ୍ବାଇଁ 'ଅମ୍ଫାନ୍' ବି ଆପଣମାନଙ୍କ

  ବହୁ କ୍ଷତି କରିଥିଲା।


'ତିତିଲି' ନାମରେ ପୁଅଟି ଆସିଲା

  ବଙ୍ଗୋପସାଗର ଦେଇ

ନଷ୍ଟ କରିଗଲା ଯେ ଧନ ଜୀବନ

  ତୁମକୁ ଜଣା ଅଛ‌ଇ।


ଛୋଟ ସାପ ଭଳି ବେଶୀ ବିଷ ନେଇ

 ନାତି 'ୟାସ' ଆସିଥିଲା

ପୁଣି ଏକ ନାତି "ଗୁଲାବ" ନାମରେ

 ଗତବର୍ଷ ଦେଖା କଲା।


ଆହୁରି ତାଙ୍କର ଆତ୍ମୀୟ ଆସିବେ

  ମିଟିଙ୍ଗ୍ ବି ଚାଲୁଥିଲା

ମୁଁ ଆଜ୍ଞା ତାଙ୍କର ଛୋଟିଆ ଚାକର 

  "ଜ‌ଓ୍ଵାଦ୍"ଏହା କହିଲା।


ଏବେ ମୁଁ ଆସିଛି ପୁଣି ଭାଗ୍ୟେ ଥିଲେ

  ଆଉ ଥରେ ଦେଖା ହେବ

ଆପଣମାନଙ୍କ ସେବା କରିବାର

  ସୁଯୋଗ ଯେବେ ମିଳିବ।


ଜେଜବାପାଙ୍କର ନିର୍ଦ୍ଦେଶକୁ ମାନି

  ଆମେମାନେ ଆସୁଅଛୁ

କେନ୍ଦ୍ରାପଡ଼ା ସହ ଉପକୂଳ ଜିଲ୍ଲା

  ବେଶୀ ସାକ୍ଷାତ କରୁଛୁ।


ଆମେ ଆସିବାର କାରଣ ପଛରେ

  ତୁମେ ମାନେ ଅଟ ଦାୟୀ

ପ୍ରକୃତିକୁ ନଷ୍ଟ କାହିଁ କରୁଅଛ

  ଗଛଗୁଡା କାଟିଦେଇ?


ଯେଉଁଥିପାଇଁ କି ବାୟୁ ସନ୍ତୁଳନ

  ଠିକ୍‌ଠାକ୍ ରହୁ ନାହିଁ

ଅଦିନରେ ଖାଲି ଘୂର୍ଣ୍ଣିବଳୟ ଯେ

  ଦାନା ଖାଲି ବାନ୍ଧୁଥାଇ।


ଲଘୁଚାପ ପୁଣି ଅବପାତ ପୁଣି

  ଘୂର୍ଣ୍ଣିଝଡ ସୃଷ୍ଟି ହୁଏ

ଠିକ୍ ସେତେବେଳେ ଆମମାନଙ୍କର

  ପ୍ରବେଶଟି ହୋଇଥାଏ।


ଆମମାନଙ୍କର ତାଣ୍ଡବ ଠାରୁ ଯେ

  ମଣିଷଙ୍କ ଦାଉ ବେଶୀ

 ଦୁର୍ନୀତି ଦୁଷ୍କର୍ମ ବ୍ୟଭିଚାର ପୁଣି

  ଚାଲେ ଛୁରୀ ଭୂଷାଭୁଷି।


ମଣିଷମାନଙ୍କୁ ଶିକ୍ଷା ଦେବାପାଇଁ

  ଆମେ ପରା ଆସୁଅଛୁ

ବଡ଼ ଠାକୁର ଶ୍ରୀ ବଳଦେବଙ୍କୁ ଯେ

  ପ୍ରତିଶ୍ରୁତି ଦେଇ ଅଛୁ।


ଆମର ଠିକଣା ତୁମରି ହୃଦରେ

  ସଚେତନ ହୋଇଯାଅ

ପରିବେଶ ରକ୍ଷା କରି ତୁମେମାନେ

  ସ୍ନେହ ଶ୍ରଦ୍ଧା ବାଣ୍ଟୁଥାଅ।


ରିଲିଫ୍ ପାଣ୍ଠିକୁ କିଛି ଦାନକର

  ରିଲିଫ୍‌କୁ ମାଗ ନାହିଁ

ନିଜ ଗୋଡେ ନିଜେ ଠିଆହୋଇ ଶିଖ

  କହୁଛି ତୁମକୁ ମୁହିଁ।


ମଣିଷର ଭାଗ୍ୟ ପ୍ରଳୟ ହାତରେ

  ଆମେ ତାଙ୍କ ଅବତାର

ଆମରି ପାଖରେ ଅଛି ପ୍ରକୃତରେ

  ତୁମରି ଆଧାର କାର୍ଡ।


ଏକଥାକୁ ଶୁଣି 'ଗୁଲାବ' ମୁହଁରୁ

 ମୁଁ ସେହି କେନ୍ଦ୍ରାପଡ଼ିଆ

ନିଜଗାଲେ ନିଜେ ଚାପୁଡ଼ା ଖାଇକି

  ଚୁପ୍ ‌ଚାପ୍ ହେଲି ଠିଆ।



ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Comedy