Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Umasankara Behera

Others

3  

Umasankara Behera

Others

ଗର୍ଭଧାରୀ ମାଆ

ଗର୍ଭଧାରୀ ମାଆ

1 min
215



ସରବ ସହିଣୀ  ଗରଭ ଧାରିଣୀ

  ଅପ୍ରମିତ ଦୁଃଖ ତୁ ସହି 

ମରଣ ଦୁଆର ତାେ ଚରଣ ଅରପି

 ବିଧାତା-ବରେ ମୁକ୍ତି ପାଇ

 ମୋତେ ଜନମ ଦେଇଛୁ ତୁହି ---------(0)

ଜନମ କାଳୁ ଯେ  ଦେହେ ତୋ ଆଘାତ 

  କେତେ ଯେ ଦେଇଛି ମୁହଁ

ମୃଦୁଷ୍ପଦ ହସି  ମୋ ଶିର ଆଉଁସି

  ତା କୋଳେ ଦେଉ ଶୋଇ-----------(୧)

ମହୋଲ୍ଲାସେ ଆବେଶ ସ୍ତନର ପୀୟୂଷ

  ଦିବାନିଶି କରେ ମୁଁ ପାନ

ବେନିଭୁଜେ ସୋହାଗେ ଖୁଆଇ ଖୋରାକ

 ଉଲ୍ଲାସେ ଗାଉ ତୁ ଗୀତ-ତାନ---------(୨)

ଚପୋଟ ମୁଦ୍ୟାଷ୍ଟି  ରୋଷ ପ୍ରବଞ୍ଚନା

  ଦେଇଛି ପୀଡନର ପରବତ

ଅମାପ ଧରିଛୁ  କ୍ଷମାର ସାଗର

  କ୍ଷମିଅଛୁ ତୁ ନିମିଷ----------------(୩)

ସ୍ନିଗ୍ଧଦେହେ କଷଣ ହୃଦୟ ହୁଏତ ସ୍ପନ୍ଦନ

   ମନୁ ହଜିଯାଏ ଜ୍ଞାନ

ଦୁଃଖ ଦଡମଡି  ଭାରି ଦୁଃଖ ଆସେ ମାଡି

   ଅଶ୍ରୁରେ ଭରେ ନୟନ ----------------(୪)

ଦାନ-ଜପ-ତପ ମାନସିକ ଓଷା ବ୍ରତ

  ହୃଦୟେ କରି ନିରବଛିନ୍ନ 

ଆଶ୍ରୁପାନେ ଉଦର  ପିପାସା ମେଣ୍ଟି

  ନିଶି ଦିବସେ କାଟିଛୁି ଜୀବନ ------------(୫)



Rate this content
Log in