Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Umasankara Behera

Others

3  

Umasankara Behera

Others

ପ୍ରସଙ୍ଗ -ଚିଲିକା ତୀରେ

ପ୍ରସଙ୍ଗ -ଚିଲିକା ତୀରେ

1 min
269



     

ଚିଲିକା ତୀରେ ମୋ ଲୋକାଳୟ ଅଧିଷ୍ଠାନ

ସର୍ବସଂହା ମାତୃଭୂମି ଅଟେ ମୋ ହିୟାର ଜୀବନ ll

ଶକତି ତୃପତି ଭରିଛି ତା ଚାରୁଲତାର ଫଳମୂଳ

ତା ପୀୟୂଷ ତା ଧିର ମାରୁତ ଦେହେ ମୋଭରେ ବଳ ll

ବିଧାତା-ବରେ ଏ ପବିତ୍ର ବିଶ୍ୱ ବ୍ରହ୍ମାଣ୍ଡ ମଧୁମୟ

ଜଳ ବିହୁନେ ନିର୍ବତ୍ତି ଜାଣି ଆନନ୍ଦେ ଦିଏ ଅମୃତମୟ ll

ଭୂମଣ୍ଡଳେ ବାରିବିନୁ ସୃଷ୍ଟି ହାହାକାର ଡାକ

ଜଳ ବହୁଳେ ଅର୍ଣିବରେ ଲିନ ନିମିଷେ ହେବ ଲୋପ ll

ନୟନେ ଦେଖି ଅର୍ଣିବ-ଜଳ ହୃଦୟ ଶଙ୍କିତେ ସ୍ପନ୍ଦନ

ହସ୍ତେ ଶଙ୍କିତକୁ କାବୁକରିବୁ ନୁହେଁଆଉ ବେଶିଦିନ ll

ନାଉରିଆ ସୂତ ନାନାରୂପେ ନଉକା କଲାଣି ରଙ୍ଗିତ

ତରଙ୍ଗେ ଦୋହଲି ଦୋହଲି ଚାଲିବ ଆମ ବୋଇତ ll

ପ୍ରେମିକାକୁ ଘେନି ମନ-ତରଣୀରେ ପବନ ଆହୁଲାରେ

ପ୍ରେମ ଆବେଶ ବିହୋଳ ହୋଇ ବିଚରିବୁ ଚିଲିକାରେ ll

ମହୋଲ୍ଲାସେ ଚିଲିକାହ୍ରଦେ ଗାଇବୁ ପ୍ରେମ ଗୀତ-ତାନ

ଚିଲିକାର ଶୋଭାବନ ସ୍ଥଳୁ ଫେରିବୁହେଲେ ସାୟନ୍ତନll



Rate this content
Log in