ସୃୁତି
ସୃୁତି
ଗଛ ଛାଇ ମୂଳେ
ପଥର ଉପରେ
ନିରୋରାଳେ ବସି ଦିନେ
ମଳୟ ପବନେ ଥକା ମେଣ୍ଟୁଥିଲି
ଶାନ୍ତି ଉନ୍ମାଦନା ଭରି ମନେ ll
ସେ ଗଛଡାଳେ ବସି
ଦୁଇ ପ୍ରେମି ଯୁଗଳ ପକ୍ଷୀ
ମନେ ମନେ କହୁଥାନ୍ତି
ଧକାଦେଇ ମୋତେ ଯିବନିତ ଚାଲି
ପାଇଗଲା ପରେ ନୂଆ ସାଥି ll
ଅଶ୍ରୁରେ ଭିଜିଗଲା
ମୋ ନୟନ
ଭାବି ଅତିତର ସୃୁତି
ଦିନ ସରିଗଲା କଥାରହିଗଲା
କାହିଁ ଦୂରେ ଚାଲିଗଲ ସାଥି ll
ଖୋଜିଛି ମୁଁ କେତେ
ମନେମନେ ସତେ
ନ ପାଇ ତୁମ ଠିକଣା
ନ କହିକିଛି କେତେ ଦୂରେ ଗଲଚାଲି
ମୋତେ ଏକା କରିଦେଇ ବାଟବଣା ll
ଅତୀତର ସୃୁତି
ଛାତିତଳେ ଚାପି
ଜଳୁଚୁ ମୁଁ ଦିନରାତି
ପ୍ରେମକୁ ମୋର ଦେଇନି କବର
ହୃଦୟେ ରଖିଛି ମୁଁ ସାଇତି ll