STORYMIRROR

Umasankara Behera

Romance Tragedy

3  

Umasankara Behera

Romance Tragedy

ସୃୁତି

ସୃୁତି

1 min
198


ଗଛ ଛାଇ ମୂଳେ 

  ପଥର ଉପରେ

   ନିରୋରାଳେ ବସି ଦିନେ

ମଳୟ ପବନେ ଥକା ମେଣ୍ଟୁଥିଲି

   ଶାନ୍ତି ଉନ୍ମାଦନା ଭରି ମନେ ll

ସେ ଗଛଡାଳେ ବସି

   ଦୁଇ ପ୍ରେମି ଯୁଗଳ ପକ୍ଷୀ

    ମନେ ମନେ କହୁଥାନ୍ତି

ଧକାଦେଇ ମୋତେ ଯିବନିତ ଚାଲି

    ପାଇଗଲା ପରେ ନୂଆ ସାଥି ll

ଅଶ୍ରୁରେ ଭିଜିଗଲା

     ମୋ ନୟନ

    ଭାବି ଅତିତର ସୃୁତି

ଦିନ ସରିଗଲା କଥାରହିଗଲା

   କାହିଁ ଦୂରେ ଚାଲିଗଲ ସାଥି ll

ଖୋଜିଛି ମୁଁ କେତେ

   ମନେମନେ ସତେ

    ନ ପାଇ ତୁମ ଠିକଣା

ନ କହିକିଛି କେତେ ଦୂରେ ଗଲଚାଲି

   ମୋତେ ଏକା କରିଦେଇ ବାଟବଣା ll

ଅତୀତର ସୃୁତି

   ଛାତିତଳେ ଚାପି

     ଜଳୁଚୁ ମୁଁ ଦିନରାତି

ପ୍ରେମକୁ ମୋର ଦେଇନି କବର

    ହୃଦୟେ ରଖିଛି ମୁଁ ସାଇତି ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance