STORYMIRROR

Ramakanta Behera

Romance

3  

Ramakanta Behera

Romance

ଜହ୍ନର ଠିକଣା

ଜହ୍ନର ଠିକଣା

1 min
227

ଜହ୍ନର ଠିକଣା କୋଉଠି 

ଆକାଶରେ ନା ବାଦଲରେ

ନା ମିଞ୍ଜି ମିଞ୍ଜି ତାରା ଆଲୁଅରେ 


ଜହ୍ନର ଠିକଣା କୋଉଠି 

ସରୋବରେ ନା ନଦୀତୀରେ 

ନା ନୀଳ କଇଁର ଗର୍ଭ ଭିତରେ 


ଜହ୍ନର ଠିକଣା କୋଉଠି

ଫଗୁଣର ମଳୟରେ 

ନା ବସନ୍ତ ଋତୁର ପୁନେଇରେ 


ଜହ୍ନର ଠିକଣା କୋଉଠି

ପ୍ରିୟାର ଆଖିରେ ନା ଓଠରେ 

ନା ତା ଛୁରୀ ପରି କଜଳ ଗାରରେ


ଜହ୍ନର ଠିକଣା କୋଉଠି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance