STORYMIRROR

Debadatta Jena

Romance Classics Inspirational

3  

Debadatta Jena

Romance Classics Inspirational

ଭିକ୍ଷାମଂ ଦେହିଃ..

ଭିକ୍ଷାମଂ ଦେହିଃ..

1 min
299

କେଉଁ ଅବ୍ୟୟ ପଦର ସମାହାର ମୁଁ, 

ନାଁ, ମୋର...ଦେବଦତ୍ତ, ମୋ କୁଳର, 

ବେଳର, ସମୟର, ଅବ୍ୟକ୍ତ ପୃଥିବୀର;

ମନରେ ମୋ ଚାରୁ ଚର୍ବଣର ମୋହ, 

ଦେହରେ ପୂର୍ଣ୍ଣମାସୀ ଭାନୁମତିର ଗନ୍ଧ 

ତଥାପି ମନ ମୋର ସାରିପୁତ୍ତ, 

ଭାବନା ମୋ ବୋଧିସତ୍ତ୍ୱ

ଅଜସ୍ର କାମନା ବାସନାର ଗଣ୍ଡି ଭିତରୁ 

ମୁକୁଳିବା ନିଶାରେ ମସଗୁଲ ମୁଁ, 

ମୋ ଚାରି କାନ୍ଥ,ମର୍ତ୍ୟରୁ ସ୍ୱର୍ଗକୁ, 

ନର୍କ ଠାରୁ ବହୁଦୂର, କାମନାର ବିନାଶରେ 

ଦୁଃଖର ବିନାଶ, ଚିରକାଳ ଅବିନାଶୀ

ମୋ କର୍ଦ୍ଧମାକ୍ତ ତନୁ, ମନ, ମୂଢ଼ ଆତ୍ମସତ୍ତ୍ଵ.

ଅସଂଖ୍ୟ ଅଲଂଘ୍ୟ ମାର୍ଗର ଦୁର୍ବାର ମୁଁ, 

ଗୌତମୀର ଇଛାରେ ମୋ 

ଯଶୋଧାରା ବାଞ୍ଛାକଳ୍ପ

ହୃଦୟରେ ବିସ୍ତୀର୍ଣ୍ଣ ବେଳାଭୂମି, ଲଙ୍ଘିବାକୁ 

ଅଥଳ ସମୁଦ୍ର, ଝୁଣିବାକୁ ଅଶାନ୍ତ ଲହରୀ 

ସାତତାଳ ପଙ୍କର ପଦ୍ମ ନାଡରେ ମୋ 

ନିର୍ମୁଳିର ମୂଳ, ବକ୍ଷେ ଚିତ୍ରିତ କେଶର

ମାଗେ ଭିକ୍ଷାମଂ ଦେହି ମମ ତ୍ରାହିମାମ

ବୁଦ୍ଧମ ଶରଣମଂ ଗଚ୍ଛାମି, ଧମ୍ମମଂ ଶରଣମଂ ଗଚ୍ଛାମି,

ସଂଘମ ଶରଣମଂ ଗଚ୍ଛାମି ସଫଳତାର ଗୁଢ ମନ୍ତ୍ର

ଭିକ୍ଷ୍ୟାମଂ ଦେହିଃ ମମ ସେହି ଅଷ୍ଟାଙ୍ଗ ମାର୍ଗର ଅମରତ୍ୱ


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Romance