STORYMIRROR

Dipti lekha Mishra

Romance Inspirational Others

3  

Dipti lekha Mishra

Romance Inspirational Others

ଭଦ୍ରମୁଖା

ଭଦ୍ରମୁଖା

1 min
174


ଭଲପାଅ କଥା ଦେଇଥିଲ ଯେ

ମୋତେ ସଦା ସୁଖି ରଖିବ

ମୋ ମନ କଥା ବୁଝିବ

ହେଲେ ଆଜି ସବୁ ଭୂଲିଗଲ॥


ତୁମେ ମୋ ବାପାକୁ କଥା ଦେଇଥିଲ

ରାଜକୁମାରୀ କରି ସମ୍ମାନ ଦେବ

ଦୁଷ୍ଟପଣ ଦେଖି କ୍ଷମା କରିଦେବ

ହେଲେ ଆଜି ସବୁ ଭୂଲିଗଲ ॥


ତୁମେ ଭଦ୍ରମୁଖା ପିନ୍ଧି ସଭିଙ୍କୁ ଜିଣିଲ

ପ୍ରେମ ବିବାହ ବି ମୋ ସହ କଲ

ସାତଘେରା କଥା ଭୂଲିବନି କହିଥିଲ

ହେଲେ ଆଜି ସବୁ ଭୂଲିଗଲ॥


ତୁମକୁ ଚିହ୍ନିବାରେ ଭୂଲ ହୋଈଗଲା

ତୁମ ହାତ ଧରିବା ଭୂଲ ଥୀଲା

ଏସବୁ ଭାବି ସବୁବେଳେ କାନ୍ଦୁଥିଲି

ହେଲେ ଆଜି ସବୁ ଭୂଲାଅଦେଲ ॥


ତୁମର ଏ ଗୁଣ ପାଇଁ ମୁଁ ସ୍ବାର୍ଥକୁ ବଳି ଦେଲି

ତୁମ ହାତ ନ ଛାଡିବା ପ୍ରତିଜ୍ଞା କଲି

ତୁମ ଅବୁଝାପଣକୁ ଆପଣାର କରିଦେଲି

ହେଲେ ତୁମେ ସବୁ ଭୂଲିଗଲ ॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance