ଭଦ୍ରମୁଖା
ଭଦ୍ରମୁଖା


ଭଲପାଅ କଥା ଦେଇଥିଲ ଯେ
ମୋତେ ସଦା ସୁଖି ରଖିବ
ମୋ ମନ କଥା ବୁଝିବ
ହେଲେ ଆଜି ସବୁ ଭୂଲିଗଲ॥
ତୁମେ ମୋ ବାପାକୁ କଥା ଦେଇଥିଲ
ରାଜକୁମାରୀ କରି ସମ୍ମାନ ଦେବ
ଦୁଷ୍ଟପଣ ଦେଖି କ୍ଷମା କରିଦେବ
ହେଲେ ଆଜି ସବୁ ଭୂଲିଗଲ ॥
ତୁମେ ଭଦ୍ରମୁଖା ପିନ୍ଧି ସଭିଙ୍କୁ ଜିଣିଲ
ପ୍ରେମ ବିବାହ ବି ମୋ ସହ କଲ
ସାତଘେରା କଥା ଭୂଲିବନି କହିଥିଲ
ହେଲେ ଆଜି ସବୁ ଭୂଲିଗଲ॥
ତୁମକୁ ଚିହ୍ନିବାରେ ଭୂଲ ହୋଈଗଲା
ତୁମ ହାତ ଧରିବା ଭୂଲ ଥୀଲା
ଏସବୁ ଭାବି ସବୁବେଳେ କାନ୍ଦୁଥିଲି
ହେଲେ ଆଜି ସବୁ ଭୂଲାଅଦେଲ ॥
ତୁମର ଏ ଗୁଣ ପାଇଁ ମୁଁ ସ୍ବାର୍ଥକୁ ବଳି ଦେଲି
ତୁମ ହାତ ନ ଛାଡିବା ପ୍ରତିଜ୍ଞା କଲି
ତୁମ ଅବୁଝାପଣକୁ ଆପଣାର କରିଦେଲି
ହେଲେ ତୁମେ ସବୁ ଭୂଲିଗଲ ॥