ମନେ ପଡେ ସାଥି
ମନେ ପଡେ ସାଥି


ମନେ ପଡେ ସାଥି ସେଦିନର ସ୍ମୃତି
ଶିହରି ଉଠେ ମୋ ତନୁ
ଫଗୁଣ ସଞ୍ଜରେ ନିରୋଳା ଜାଗାରେ
ସାକ୍ଷୀ ଥିଲା ତଟ ରେଣୁ ।
ତୁମେ ଚୁପଚାପ୍ ମୁଁ ବି ଚୁପଚାପ୍
ବସିଥିଲେ ହାତ ଛନ୍ଦି
ପ୍ରେମର ଅକୁହା ଅମୃତ ବର୍ଷାରେ
ଭିଜୁଥିଲେ ହୋଇ ବନ୍ଦୀ ।
ନୀରବତା ଭଙ୍ଗ ହେଉଥିଲା ଖାଲି
ପବନର ପରଶରେ
ହୃଦୟର କଥା ଆଖି କହୁଥିଲା
ମିଠା ମିଠା ଇସାରାରେ ।
ସପନର ଢେଉ ଖେଲିଉଠୁଥିଲା
ଦୁଇ ମନ ସାଗରରେ
ପ୍ରୀତି ବାଲିଘର ଗଢିବାକୁ ଆଶା
ଚାହୁଁଥିଲେ ଅଦୃଶ୍ୟରେ ।
ପ୍ରେମରେ ରଙ୍ଗରେ ରଙ୍ଗୀନ ଜୀବନ
ଖୁସି ଥିଲା କିଛି କ୍ଷଣ
ଆଜିବି ଅଭୂଲା ହୋଇ ରହିଅଛି
ଝୁରିହୁଏ ଏଇ ମନ ।