STORYMIRROR

SARADA NAYAK

Romance

3  

SARADA NAYAK

Romance

ରତି ଜ୍ଵାଳା

ରତି ଜ୍ଵାଳା

1 min
217

ପୁଷ୍କରିଣୀ ମଧ୍ୟେ ବସନ୍ତେ ଶୋଭିତ

ସଜ ଫୁଟା ନୀଳ କଇଁ

ମଳୟ ପବନ ଧୀରେ ହୁଏ ଉଲ୍ଲସିତ

କଇଁ ରୂପ ଗୀତି ଗାଇ।


କଳା କଅଁଳ ଭ୍ରମର ପ୍ରେମ ସନ୍ଧାନରେ

ମଳୟର ଗୀତ କାହୁଁ ଶୁଣି

ପ୍ରକମ୍ପିତ କରେ ତାର ପ୍ରଣୟ ହୁଙ୍କାରେ

କଇଁ ଅନ୍ତର ବେଦନା ଜାଣି।


ଆଲିଙ୍ଗିତ ହୁଏ କଇଁ ବାହୁ ବନ୍ଧନରେ

ସାଜି ରତିଦାତା କାମୁକ ଭ୍ରମର

ମଧୁ ଝରା ପ୍ରୀତି, ରଚେ ଗୋପନରେ

କାଦମ୍ବରୀ ପାଇଁ ହୁଏ ଆତୁର ।


ମଧୁ ରାତି କଟିଯାଏ ଜହ୍ନ ଆଲୁଅରେ

ଦେହେ କଳଙ୍କର ଟିକା ମାଖି

ଦେଖି ଅରୁଣିମା କଇଁ ଅଳସ ଯେ ଭରେ

ତା ନୀମିଳିତ ଦଳ ସାକ୍ଷୀ ।


ବେଳକୁବେଳ ପ୍ରଖର, ହୁଏ ଦିବାକର

ବୁଦ୍ଧି କିବା କରେ ପାଗଳ ଭଅଁର !

ନୀଳୋତ୍ପଳ ବନ୍ଧନେ ପ୍ରେମିକ ପ୍ରବର

ଖୋଜୁଥାଏ ତାର ମୁକ୍ତି ର ଦ୍ଵାର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance