STORYMIRROR

Dinabandhu Mishra

Romance Others

3  

Dinabandhu Mishra

Romance Others

ଶେଷ ସ୍ପର୍ଶ

ଶେଷ ସ୍ପର୍ଶ

1 min
206

ଫଗୁଣର ଉତ୍ତାଳ ପବନ

ଆଉ ତମର ସେ ଉତ୍ତାଳ ଯୈାବନ

ମୋ ଲୁହର ଉଷ୍ଣ ତର୍ପଣରେ

ଭିଜୁଥିଲା ଯେବେ ମୋର ମନ...


ଏ ମନପକ୍ଷୀ ତମ ଖିଲି ଖିଲି ହସ

ମତେ କେଜାଣି କାହିଁକି ବିଦ୍ରୁପ କରେ

ତୁମ ଦେହ ମନ ଆଉ ଶବ୍ଦର

ଅବୁଝା ସମ୍ଭାଷଣର ସମ୍ପର୍କ ଭିତରେ।


ମୋ ଲହୁ ଲୁହରେ ଭିଜେନା କା ତନୁ

ମୁଁ ନିଜେ ନିଜ ଭିତରେ ଡୁବି ମରେ

କେବେ ଖୋଜିବୁଲେ ସ୍ବପ୍ନ ଆଉ ବାସ୍ତବତାର

ଭଗ୍ନ ଆକାଶରେ ଆଶାର ସ୍ବପ୍ନିଳ ଇନ୍ଦ୍ରଧନୁ।


ତମ ଚଉହଦୀର ସେ ନୀଳାଭ ଉଷ୍ଣ ଆଲୋକ

ମୁଁ ଓ ଅନେକ ରାଜକୀୟ ଭୀକ୍ଷା ଆଉ ଭୋକ

ସବୁ ଯେମିତି ନିସ୍ତବ୍ଧ ଆଉ ନୀରବ

ତମ ଅଗଣାର ସେଇ ଶେଷ କଥା ପଦକ।


ପ୍ରେମ ଆଉ ରଙ୍ଗର ପହିଲି ପରଶ

ଅନେକ ଫଗୁଣର ଅପେକ୍ଷାରେ

କିଛି ପ୍ରେମର ଫଲ୍ଗୁ ବିଛାଡି ଦେବାର ଇଚ୍ଛା

ଆଶା ଆଉ ନିରାଶାର ସ୍ବପ୍ନ ମଧ୍ୟରେ।


ଅଶରୀରି ରୁ ଦେବୀ ପାଲଟି ଥିବା

ହେ ପ୍ରତୀକ୍ଷାର ପ୍ରିୟ ପ୍ରାଣେଶ୍ବରୀ

ଆତ୍ମସୁଖ ର ଆତ୍ମାହୁତି ମଧ୍ୟେ

ତମ ନୀଳ ରଙ୍ଗର ସେଇ ଗୋଲାପି ଆଲିଙ୍ଗନରେ

ଉତ୍ଫୁଲିତ ହେଇଯିବି ତମର ଶେଷ ସ୍ପର୍ଶରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance