STORYMIRROR

Dinabandhu Mishra

Others

4  

Dinabandhu Mishra

Others

ଜୀବନରେ ଅନେକ ରଙ୍ଗ ଦେଖିଲି

ଜୀବନରେ ଅନେକ ରଙ୍ଗ ଦେଖିଲି

1 min
247

ଅର୍ଦ୍ଧ ଶତାବ୍ଦୀର ଇତିହାସ ମୁଁ

ଜୀବନକୁ ଖାଲି ଦେଖି ଚାଲିଲି

ଜୀବନର ଅନେକ ରଙ୍ଗ ଦେଖିଲି ।।


ଆନନ୍ଦରେ ସମ୍ପର୍କ ସବୁ ଭାଙ୍ଗି ଯିବାର ଦେଖିଲି

ସତ୍ୟର ଆଇନା ଭିତରେ ନିଜକୁ ଖୋଜି ଚାଲିଲି

ବାଲ୍ୟ ଚପଳତା କେବେ ମୁକ ପାଲଟି ଗଲା 

ଆଜିବି ତାହା ମୁଁ ବୁଝି ନ ପାରିଲି।

ଜୀବନର ଅନେକ ରଙ୍ଗ ଦେଖିଲି ।।


ଭିକାରୀ ରାଜନେତାର ଘୋଡ଼ା ଚଢା ଦେଖିଲି

ସମ୍ପତ୍ତି ପାଇଁ କାହାର ଗଳା କାଟିବା ଦେଖିଲି

ମିତ୍ର ବି ବେଳେ ବେଳେ ଶତ୍ରୁ ପାଲଟେ 

ଆଜିବି ତାହା ମୁଁ ବୁଝି ନ ପାରିଲି।

ଜୀବନରେ ଅନେକ ରଙ୍ଗ ଦେଖିଲି।।


ପିଲାଙ୍କୁ ବୁଢ଼ା ହେବାର ବି ଦେଖିଲି

ଭୋକରେ ଲୁଣ ଆଉ ଭାତ ଖାଇବା ଦେଖିଲି

ମାଗି ଆଣିଥିବା ଲୁଗାକୁ ଇସ୍ତ୍ରୀ କରି ପିନ୍ଧିବା ଦେଖିଲି

ନିଜ ଔରସର ସନ୍ତାନକୁ ମାଁ କାହିଁକି ମାରେ ଜାଣି ନ ପାରିଲି।

ଜୀବନର ଅନେକ ରଙ୍ଗ ଦେଖିଲି।।


ସ୍ବପ୍ନରେ ଚାନ୍ଦର ନାଚିବାର ଦେଖିଲି

ଜଙ୍ଗଲରେ ଅନ୍ଧାରରେ ଜୀଇଁବା ଦେଖିଲି

ଶତ୍ରୁକୁ ମିତ୍ର ହେବାର ଦେଖିଲି

ମଣିଷ କାହିଁକି ମଣିଷରୁ ପଶୁ ପାଲଟେ ଜାଣି ନ ପାରିଲି।

ଜୀବନରେ ଅନେକ ରଙ୍ଗ ଦେଖିଲି।।


ଜୀବନରେ ଆଶା ଛାଡ଼ିବା ଓ ଧରିବା ଦେଖିଲି

ହେଲା ନ ହେଲାରେ ମାଡ଼ ଲଢିବା ଦେଖିଲି

ବନ୍ଧୁକ ମୁନକୁ ବନ୍ଧୁ ପାଇଁ ଆପଣେଇ ନେବା ଦେଖିଲି

ଭାଇ ବି ଭାଇର ଯେ ଗଳା କାଟିପାରେ,

ତାହା ମୁଁ ବୁଝି ନ ପାରିଲି।

ଜୀବନରେ ଅନେକ ରଙ୍ଗ ଦେଖିଲି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍