STORYMIRROR

Dinabandhu Mishra

Classics Others

3  

Dinabandhu Mishra

Classics Others

ରହସ୍ୟ ଅଢେଇ ଅକ୍ଷରର

ରହସ୍ୟ ଅଢେଇ ଅକ୍ଷରର

1 min
415

ଦୁନିଆଁର ସବୁକିଛି ଅଢେଇ ଅକ୍ଷର

ଅବୁଝା ରହିଯାଏ ସବୁ କାହିଁକି ଜୀବନର

ଶ୍ବାସ ବି ଅଢେଇ ଅକ୍ଷର

ପ୍ରାଣ ବି ଅଢେଇ ଅକ୍ଷର

ଜନ୍ମ ବି ଅଢେଇ ଅକ୍ଷର

ମୃତ୍ୟୁ ବି ଅଢେଇ ଅକ୍ଷର

ଅସ୍ଥି ବି ଅଢେଇ ଅକ୍ଷର

ଅର୍ଥ ବି ଅଢେଇ ଅକ୍ଷର

ସ୍ବାର୍ଥ ବି ଅଢେଇ ଅକ୍ଷର

ବ୍ୟର୍ଥ ବି ଅଢେଇ ଅକ୍ଷର

ଶତ୍ରୁ ବି ଅଢେଇ ଅକ୍ଷର

ମିତ୍ର ବି ଅଢେଇ ଅକ୍ଷର

ପ୍ରେମ ବି ଅଢେଇ ଅକ୍ଷର

ଘୃଣା ବି ଅଢେଇ ଅକ୍ଷର

ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ

ସବୁକିଛି ଅଢେଇ ଅକ୍ଷର

ବ୍ୟକ୍ତ ବି ଅଢେଇ ଅକ୍ଷର

ଅନ୍ତ ବି ଅଢେଇ ଅକ୍ଷର

ଅବୁଝା ରହିଯାଏ ସମସ୍ତଙ୍କ ପାଇଁ

ରହସ୍ୟ ହିଁ ସେଇ ଅଢେଇ ଅକ୍ଷର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics