STORYMIRROR

Dinabandhu Mishra

Romance

2  

Dinabandhu Mishra

Romance

ପ୍ରେମ

ପ୍ରେମ

1 min
140

ପ୍ରେମ

କୈାଣସି ଶବ୍ଦ ନୁହେଁ

କୈାଣସି ଘଟଣା ନୁହେଁ

ତାହା ଦୃଶ୍ୟମାନ ନୁହେଁ

ଯାହା ବ୍ୟକ୍ତ ବି ନୁହେଁ

ଅବ୍ୟକ୍ତ ଏକ ଅନୁଭବ ମାତ୍ର।

   ହୃଦୟର ଗଭୀରତା ମଧ୍ୟରେ

   ନୀବିଡ ଗଭୀରତମ ପ୍ରଦେଶରେ

   ଡୁବି ଯିବାକୁ ହୁଏ, ମଜ୍ଜି ଯିବାକୁ ହୁଏ

   ନିଜକୁ ହରାଇ ବେହୋସ୍ ହେବାକୁ ହୁଏ।

ଏପରି ଏକ ପରମାନନ୍ଦ

ଯାହାକୁ ବର୍ଣ୍ଣନା କରି ହୁଏନା

ଯାହା ଅବ୍ୟକ୍ତ ଓ ଅବର୍ଣ୍ଣନୀୟ

କେବଳ ଅନୁଭବର ପରିମାପ ଯାହା।

   ସର୍ତ୍ତ କେବଳ ଏତିକି

   ପ୍ରେମ ସର୍ତ୍ତ ହୀନ

   ଶବ୍ଦ ହୀନ

   ଓ ଅପେକ୍ଷା ହୀନ

   ନିର୍ଦ୍ଦେଶ ହୀନ କର୍ତ୍ତବ୍ୟ।

ଯାହା ଆତ୍ମାରୁ

ହୃଦୟର ଗଭୀରତାରୁ

ନିରନ୍ତର ଧରି ପଡ଼ୁଥିବା

ସେଇ ବ୍ୟାକୁଳତା

ଯାହା ସମ୍ପୂର୍ଣ୍ଣ ସମର୍ପିତ

ଓ ଯାହା ସଂପୂର୍ଣ୍ଣ ପ୍ଲାବିତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance