STORYMIRROR

Goutam Mohanty

Romance

3  

Goutam Mohanty

Romance

ଦେହଜୀବୀ

ଦେହଜୀବୀ

1 min
245


ଆସ,

ହେ ମୋର ଶୂନ୍ୟରାତ୍ରିର

ସତ୍ ପୁରୁଷ ଗଣ..!

ବେଲଜ୍ଜା ହୋଇ ଉନ୍ମୋଚନ କର

ମୋର ଲଜ୍ଜାର ଢାଙ୍କୁଣି,

ଖିନ୍ ଭିନ୍ କରି ଚାଟି ଚାଲ

ମୋ ଫୁଙ୍ଗୁଳା ଯୌବନ...


ତୁମେ ନୂଆ ନୁହଁ

ଅଇଁଠା ଚଟା କୁକୁରଙ୍କ ଭଳି

ନିତି ନୂଆ ମୁହଁ ନେଇ ଆବିର୍ଭୂତ ହୁଅ,

ଦସ୍ତକ ଦିଅ ମୋ ନିଃସହାୟତାର

ଦୁଆର ବନ୍ଧରେ,

ମୋ ଆତ୍ମା, ଧୈର୍ଯ୍ୟ ରଖି

ପ୍ରତ୍ୟହ ସହେ, ଏ ବ୍ୟଥା...


ମୁଁ ଜଣେ ଦେହଜୀବୀ

ଏଇତ ମୋ ନିତ୍ୟ ନିତ୍ୟ

କାଳରାତ୍ରି ବେଦନାର ଗାଥା ।


ମୁଁ ତୁମ ଚୟନକୁ ମାନେ,

କାମୁକ ଆଖିରେ ଉଙ୍କି ମାରୁଥିବା

ତୁମ ଗୋପନ ପିପାସାକୁ ଜାଣେ,

ଦୈତ୍ୟ ସାଜି ଚର୍ମ ସୁଖେ

ଚରମ ସୁଖର ପ୍ରାପ୍ତି,

ସାରା ରାତି ନିର୍ଯାତନା ଦେବାର

ସେ ହୀନ ମନୋବୃତ୍ତି,

ଅକାରଣେ..!

ମୁଁ ନରକ ଯନ୍ତ୍ରଣା ଭୋଗେ,

ଦେହ ପଡେ ନିର୍ଜୀବ ସଦୃଶ,

ମୋ ଆତ୍ମା, ମନ ତିଳ ତିଳ

ନିର୍ବାଣର ଭିକ୍ଷା ମାଗେ ।


ପୂର୍ବଜନ୍ମ ପ୍ରାରବ୍ଧରେ

ଅଗୋଚରେ ନିନାଦିତ ହୁଏ

ଅଶରୀରିଙ୍କ ଶଙ୍ଖଧ୍ୱନି

ଶ୍ୱାନ ଶବ୍ଦ ଭଳି,

ଅନ୍ତରରେ ନିଶବ୍ଦ ଜୁଆର ଉଠେ

ଆଶା ସବୁ ଯାଆନ୍ତି ମଉଳି,

"ଆହା" ଶବ୍ଦ ଫଟାଏ ହୃଦୟ,

ମୁଁ ସିନା ଧିକ୍କାର କରେ

ନିଜ କୃତକର୍ମ ନିନ୍ଦି,

ତୁମ ପାଇଁ "ଆହା" ଖାଲି

ରୋମାଞ୍ଚିତ ସ୍ୱରଟିଏ,

ପୂର୍ଣ୍ଣ ଆଶ୍ୱାସକୁ ଲଭିବାର ।


ବିତୁଥାଏ କିଛି କ୍ଷଣ

ଗରମ ଶରୀର, ମଲା ମନ ନେଇ

ତତଲା ନିଃଶ୍ୱାସ ସାଥେ,

ତୁମ କୋଳାହଳମୟ ଅନ୍ତଃକରଣରୁ 

ପରିଶେଷରେ ଦୀର୍ଘଶ୍ୱାସ ଛୁଟେ,

ତା'ପରେ ଅଜବ ଶୂନ୍ୟତା..!


କବାଟ ଖୋଲେ,

ବୋଧେ ଆଉ କେହି

ପ୍ରତୀକ୍ଷାର କ୍ଷୁଧାରେ ହନ୍ତସନ୍ତ..!

ଆଉ ମୋ ଉପହାର କ'ଣ ନା -

ବିଭିନ୍ନ ମୁଦ୍ରା ରେ ଶୋଇଥିଲି ବୋଲି

ମୁଠାଏ ମୁଦ୍ରା,

ଚିମୁଟାଏ ଭାବ,

ଆଉ ନୂଆ ଗରାଖଙ୍କ

ଲୋଭାତୁର ଆଖିରେ

ମିଛ ଆଶ୍ୱାସନାର ପୁନରାବୃତ୍ତି..।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance