STORYMIRROR

JAMINEE JYOTI JENA

Romance

3  

JAMINEE JYOTI JENA

Romance

ଜହ୍ନ ର ଠିକଣା

ଜହ୍ନ ର ଠିକଣା

1 min
206

ଦେଖିଥିଲି ତାକୁ ଗୋଟିଏ ଥର ମୁଁ


ନା ଦେଇଥିଲି ଜହ୍ନ..


 ହଜିଗଲା କାହିଁ ଆଖି ପିଛୁଳାକେ


ଚୋରେଇ ନେଇ ମୋ ମନ


ଦୂରରୁ ଦେଖି ମୁଁ ଖୁସି ହେଉଥିଲି


ଇଚ୍ଛା ଥିଲା ଛୁଇଁବାକୁ


 କାଳେ ଛୁଇଁଦେଲେ ମେଘ ଢାଙ୍କି ଦେବ


ହଜିଯିବ ସେ ଦୁରକୁ..


 ମା କହେ ଜହ୍ନ ଆକାଶେ ସୁନ୍ଦର


 ଛୁଇଁ ନ ହୁଅଇ କେବେ


 ଆକାଶ ଜହ୍ନ ସେ ନୁହେଁ ମୋ ମା ଲୋ


 ଜହ୍ନ ପରି ସିଏ ଦିଶେ...


ଜହ୍ନ ସିନା ହବ ଉଣା ତାହାଠାରୁ .


ଜହ୍ନ ଠୁ ଭାରି..ସେ ..ତୋଫା


ଥରେ ଦେଖି ମୋର ମନ ହଜିଗଲା


ନାଲି ଓଢଣୀ କୁ.. 


 ମଥାରେ ଟିକିଲି ଟୋପା..


ଭିଡ ବଜା ରେ ସେ ହଜିଗଲା କାହିଁ....


ହେଇ ପାରିଲିନି ଚିହ୍ନା...


ଖୋଜି ମୁଁ ବୁଲୁଛି...


ପାଗଳ ପରି ମୁଁ..


ସେ ତୋଫା ଜହ୍ନର ଠିକଣା....|


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance