STORYMIRROR

JAMINEE JYOTI JENA

Inspirational

3  

JAMINEE JYOTI JENA

Inspirational

ଅଫୁଟା ଫୁଲ ର ବିଳାପ

ଅଫୁଟା ଫୁଲ ର ବିଳାପ

1 min
233

ସ୍ୱାଗତ କର ଥରୁଟିଏ ମୋର


ଇଚ୍ଛା ଭାରି ଦେଖିବାକୁ ଏ ସୁନ୍ଦର ଦୁନିଆ


ହସି ବୁଲି ଖେଳିବାକୁ... ପବନ ସାଥେ ଝୁଲିବାକୁ


ସ୍ୱାଗତ କର ଥରୁଟିଏ ମୋର


ଇଚ୍ଛା ହୁଏ ଭାରି ମା କୋଳେ ଦୀର୍ଘ ସମୟ କାନ୍ଦିବାକୁ


ବାପା ଙ୍କ ହାତ ଆଉଁସା ରେ ଝିଅ ଡାକ ଟିକେ ଶୁଣିବାକୁ


ଅଫୁଟା ଫୁଲ ମୁଁ.... ଫୁଟିବାକୁ ଦିଅ ମତେ..

  

ମହାକାଇବି ମୋର ବାସ

  

ସବୁ ଫୁଲ ମଧ୍ୟେ ମୁଁ ମଧ୍ୟ ବାସିବି..


ସଭିଙ୍କର ମନ.. ମୁଁ ତୋଷିବି..


ସାହସ ର ସହ ମୁଁ ବି ବଢ଼ିବି...


ସ୍ୱାଗତ କର ଥରୁଟିଏ ମୋର


ଶୁଣିଯାଅ ଥରେ ଏ ଅଫୁଟା ଫୁଲ ର ବିଳାପ


ଯନ୍ତ୍ରଣା ରେ ଜର୍ଜରିତ ଜୀବନ ମୋ ଅଭିଶପ୍ତ


ଦୋଷ ମୋର ମୁଁ କନ୍ୟା ଭୃଣ


ଏକା ଅଫୁଟା ଫୁଲ ର ସୌନ୍ଦର୍ଯ୍ୟ


କଳ୍ପନା କରନାହିଁ ମନେ ମନେ


ମୁଁ ବି ସୁନ୍ଦର ହୋଇ ଫୁଟିବି


ସାରା ବଗିଚାରେ ହସିବି...

.

ସ୍ୱାଗତ କର ଥରୁଟିଏ ମୋର..... 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational