STORYMIRROR

JAMINEE JYOTI JENA

Romance

3  

JAMINEE JYOTI JENA

Romance

ପ୍ରିୟତମା ମୋର ଅବର୍ଣ୍ଣନୀୟ

ପ୍ରିୟତମା ମୋର ଅବର୍ଣ୍ଣନୀୟ

1 min
321

ପ୍ରିୟତମା ମୋର ଭାରି ନିରୀମାଖି.. 

ଜହ୍ନ ଜୋଛନା ପରି ଶୀତଳ..

ବର୍ଣ୍ଣନା ତାହାର ଭାରି କଷ୍ଟକର..

ସତେ ଲକ୍ଷେ ସାଗରର ସମ୍ଭାର

ଶାନ୍ତ ଆକାଶେ ଅକସ୍ମାତ ବର୍ଷା ପରି ସେ ଅବର୍ଣ୍ଣନୀୟ

ସୁନ୍ଦରତା ସମ ନାହିଁ କେହି ତାର 

ଅତୁଳନୀୟ ସେ ଅତୁଳନୀୟ

ତା ପଦ ସ୍ପର୍ଶେ ମହକିତ ହୋଇଯାଏ

ମୋ ଜୀବନର ଚଲାବାଟ

ତା ହାତ ସ୍ପର୍ଶେ ଲୀନ ହୋଇଯାଏ, ଭୁଲିଯାଏ ଦୁଃଖ କଷ୍ଟ 

ପ୍ରିୟତମା ମୋର ଭାରି ନୀରୀମାଖି ...

ସୁତା ଠାରୁ ସେ ଯେ ସୁକ୍ଷ୍ମ

କଥା ଯେ ତାହାର ଗୀତଠୁ ମଧୁର ପଦେ ହେଇଯିବ ପ୍ରେମ

କି ବର୍ଣ୍ଣନା ଦେବି ମୋ ପ୍ରିୟତମାର

ଶବ୍ଦ ଆସୁନାହିଁ ମନେ

ଏତିକି କହିବି ପ୍ରିୟତମା ମୋର

ଦୁନିଆ ଭିତରେ ଜଣେ... ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance